fbpx

ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ୬୦୦ ରନ! ଇଂଲଣ୍ଡର ଷ୍ଟାର ବ୍ୟାଟରଙ୍କ ବଡ ଦାବି, ବିଶ୍ୱ କ୍ରିକେଟରେ ଏବେ ଚର୍ଚ୍ଚା

ଓଡିଶା ଭାସ୍କର: ଇଂଲଣ୍ଡର ଷ୍ଟାର ବ୍ୟାଟର ଓଲି ପୋପ ବଡ ବୟାନ ଦେଇଛନ୍ତି । ପୋପ କହିଛନ୍ତି ଯେ, ତାଙ୍କ ଦଳ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ୬୦୦ ରନ କରିବାକୁ ସକ୍ଷମ । ପୋପଙ୍କ ଏହି ବୟାନ ଏବେ ବିଶ୍ୱ କ୍ରିକେଟରେ ଚର୍ଚ୍ଚା ହେଉଛି । ଓଲି ପୋପ ଏହାସହ କହିଛନ୍ତି ଯେ ଇଂଲଣ୍ଡ ଏବେ ବୈଜବଲ ଶୈଳୀକୁ ଛାଡୁଛି । କହିରଖୁ, ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ଦିନରେ ସର୍ବାଧିକ ରନ କରିବାର ରେକର୍ଡ ଇଂଲଣ୍ଡ ଦଳ ନାଁରେ ହିଁ ରହିଛି । ବ୍ରିଟିଶ ଦଳ ପ୍ରାୟ ୯୦ ବର୍ଷ ପୂର୍ବେ ୧୯୩୬ ମସିହାରେ ଏହି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲା । ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ଗୋଟିଏ ଦିନରେ ସେହିସମୟରେ ପ୍ରାୟ ୫୮୮ ରନ କରିଥିଲା ।

ଓଲି ପୋପଙ୍କ ଦାବି କରିଛନ୍ତି ଯେ ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱ ଥିବା ଇଂଳଣ୍ଡ ଏହି ରେକର୍ଡ ସହଜରେ ଭାଙ୍ଗି ପାରିବ । ଏକ ରିପୋର୍ଟରେ ଓଲି କହିଛନ୍ତି ଯେ , କେବେ କେବୋ ସେମାନେ ଗୋଟିଏ ଦିନରେ ପ୍ରାୟ ୨୮୦ କିମ୍ବା ୩୦୦ ରନ କରି ନିଅନ୍ତି । ସେହିସମୟରେ ଦଳ ପରିସ୍ଥିତିକୁ ଠିକ ଭାବରେ ବୁଝିଥାଏ । ଦିନେ ସେମାନେ ଗୋଟିଏ ଦିନରେ ହିଁ ୫୦୦ ରୁ ୬୦୦ ରନ କରିନେବେ ଓ ଏହି ରେକର୍ଡ ନିଶ୍ଚିତଭାବରେ ଭାଙ୍ଗିଯିବ ବୋଲି ଓଲି ପୋପ କହିଛନ୍ତି ।

ପ୍ରକାଶତାଉ ଯେ, ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ରାୱଲପିଣ୍ଡିଠାରେ ଖେଳାଯାଇଥିବା ଟେଷ୍ଟରେ ଗୋଟିଏ ଦିନରେ ହିଁ ୫୦୬ ରନ କରିଥିଲା ବୋଲି ପୋପ ଜଣାଇଛନ୍ତି । ‘ବୈଜବଲ’ ଶୈଳୀରେ ଖେଳିବା ପାଇଁ ଦଳକୁ କୁହାଯାଏ କି ବୋଲି ପ୍ରଶ୍ନର ଉତ୍ତରରେ ପୋପ କହିଥିଲେ ଯେ, ଏହା ସେମାନଙ୍କ ସ୍ୱାଭାବିକ ଖେଳ । କହିରଖୁ, ଇଂଲଣ୍ଡ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି ।

Get real time updates directly on you device, subscribe now.