fbpx

କରୋନା ଭ୍ୟାକସିନ ନେଇ ମାଙ୍କଡ ସୁସ୍ଥ, ମଣିଷଙ୍କ ଉପରେ ପ୍ରୟୋଗ ଜାରୀ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): ବିଶ୍ୱର ବହୁ ଦେଶ କରୋନାର ଭ୍ୟାକସିନ ପ୍ରସ୍ତୁତ କରିଥିବା ଦାବି କରୁଛନ୍ତି । ଗତକାଲି ବ୍ରିଟେନ ଏହାକୁ ମଣିଷ ଦେହରେ ପ୍ରଥମ ପରୀକ୍ଷା କରିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମଣିଷ ପୂର୍ବରୁ ଏହାକୁ ମାଙ୍କଡ ଉପରେ ପରୀକ୍ଷା କରାଯାଇଛି । ଏବଂ ଏହି ଟୀକା ନେବା ପରେ ମାଙ୍କଡଟି କରୋନା ମୁକ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିଛି । ମାଙ୍କଡ ଉପରେ ଏଭଳି ପରୀକ୍ଷା କରିଛି ଚୀନର ଏକମେଡିସିନ ପ୍ରସ୍ତୁତକାରୀ କମ୍ପାନୀ । କମ୍ପାନୀ ରିସସ ମକାଉ ମାଙ୍କଡ ବା ସାଧାରଣ ଲାଲ ମୁହଁଥିବା ମାଙ୍କଡ ଉପରେ ପରୀକ୍ଷା କରି ଏହି ସଫଳତା ପାଇଛି । ପ୍ରଥମେ ମାଙ୍କଡଙ୍କ ଫୁସଫୁସରେ ଟ୍ୟୁବ ଦ୍ୱାରା କରୋନା ଭାଇରସ ଛଡାଯାଇଥିଲା । ପରେ ପ୍ରସ୍ତୁତ ୮ ଟି ନୂଆ ଭ୍ୟାକସିନ ସେମାନଙ୍କୁ ଦିଆଯାଇଥିଲା ।୩ ସପ୍ତାହ ପରେ ପରୀକ୍ଷା କରିବାରୁ ସମସ୍ତ ମାଙ୍କଡ ଭାଇରସ ମୁକ୍ତଥିବା ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.