fbpx

ଚାକିରି ଛାଡିବା ସହିତ ଅନ୍ୟକୁ ଦେଉଛନ୍ତି ରୋଜଗାର: ସ୍ୱାବଲମ୍ବୀ ବନାଇଛି ଥାଇଲାଣ୍ଡ ବରକୋଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶା ମାଟିରେ ଥାଇଲାଣ୍ଡ ଫଳ । ଆପଣ ଦେଖୁଥିବା ଏ କେଉଁ ସେଓ ନୂହେଁ ଏ ହେଉଛି ବରକୋଳି । ଯାହାକୁ ଥାଇଲ୍ୟାଣ୍ଡ ବରକୋଳି କୁହାଯାଉଛି । ଆକାର ଯେମିତି ସ୍ୱାଦ ବି ସେମିତି । ଯାଜପୁର ବଡ଼ଚଣା ବ୍ଲକ ବାଲିପଡିଆ ଗ୍ରାମର ବାପୁଜୀ ମହାନ୍ତି ଏବେ ଏହି ଚାଷ କରି ଚର୍ଚାର ବିଷୟ ପାଲଟିଛନ୍ତି ।

ଉଚ୍ଚ ଶିକ୍ଷିତ ବାପୁଜୀ ଏମବିଏ ପାସ କରିବା ପରେ କଳାହାଣ୍ଡି ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ କରୋନା ସମୟରେ ଚାକିରି ଛାଡିବାକୁ ପଡିଥିଲା । ପରେ ୟୁଟ୍ୟୁବ ଦେଖି ଏହି ଚାଷ ବିଷୟରେ ଜାଣିବାକୁ ପାଇଥିଲେ ବାପୁଜୀ । ଆଉ ଆଜି ୟୁଟ୍ୟୁବ ତାଙ୍କୁ ରୋଜଗାର କ୍ଷମ କରାଇବାସହ ଚାରି ଜଣଙ୍କୁ ସେ ରୋଜଗାରକ୍ଷମ କରିପାରିଛନ୍ତି । ବେପାରୀ ମାନଙ୍କ ପାଇଁ ଏହା ଶହେ ଟଙ୍କା ଥିବା ବେଳେ ବଜାର ରେ ୧୨୦ ରୁ ୧୩୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି କର୍ମଚାରୀ । ତେବେ ଆଖପାଖ ଅଞ୍ଚଳ ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ପଠାଯାଉଥିବା ବେଲେ ଏହି ଚାଷରେ ବାପୁଜୀଙ୍କୁ ତାଙ୍କ ପରିବାର ଲୋକେ ମଧ୍ୟ ସାହାଯ୍ୟ କରୁଛନ୍ତି ।

Get real time updates directly on you device, subscribe now.