fbpx
BSKY
BJD SHG SKY
BJD MC SKY

ସମୁଦ୍ରରେ ମିଳିଲା ୧୨୦୦୦ ବର୍ଷ ପୁରୁଣା ସହର! ଆଶ୍ଚର୍ଯ୍ୟକର ଦାବି କଲେ ଆମେରିକୀୟ ପ୍ରତ୍ନତତ୍ତ୍ୱବିତ୍

ପାଣିରୁ ମିଳିଲା ୧୨୦୦୦ ବର୍ଷ ପୁରୁଣା ସହର! ଜଣେ ଆମେରିକୀୟ ପ୍ରତ୍ନତତ୍ତ୍ୱବିତ୍ ପାଣିରେ ଭିତରେ ୧୨୦୦୦ ବର୍ଷ ପୁରୁଣା ସହରକୁ ଖୋଜିବା ନେଇ ଦାବି କରିଛନ୍ତି । ଏହି ପ୍ରତ୍ନତତ୍ତ୍ୱବିତଙ୍କ ନାମ ହେଉଛି କ୍ରେକପାଟ ଜର୍ଜ ଗେଲେ । ସେ ଆମେରିକାର ଚାନ୍ଦେଲୁର ଆଇଲାଣ୍ଡରେ ପାଣି ମଧ୍ୟରେ ଏକ ପ୍ରାଚୀନ ସହର ଖୋଜି ଠାବ କରିଥିବା ନେଇ ଦାବି କରିଛନ୍ତି । ଗେଲେ କହିଛନ୍ତି ଯେ ଗଭୀର ଜଳରାଶିରୁ ଯେଉଁ ପଥର ମିଳିଛି ତାହା ପ୍ରାଚୀନ ସହରରେ ତିଆରି ହୋଇଥିବା ସହରର ଭଗ୍ନାବଶେଷ । ସେ ପ୍ରାଚୀନ ସହରର ଅବଶେଷ ସହ ଏକ ପିରାମିଡ ମିଳିଥିବା ନେଇ ମଧ୍ୟ ଦାବି କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ସ୍ଥାନରେ ୧୨୦୦୦ ବର୍ଷ ପୁରୁଣା ସହରର ଅବଶେଷ ମିଳିଛି, ସେହି ସ୍ଥାନକୁ ସେ ୪୪ ଥର ଗସ୍ତ କରିଛନ୍ତି ।

ଡେଲି ଷ୍ଟାରର ଏକ ରିପୋର୍ଟ ଅନୁଯାୟୀ, ଗେଲେ ପ୍ରାୟ ୫୦ ବର୍ଷରୁ ପ୍ରତ୍ନତତ୍ତ୍ୱିକ ଭଗ୍ନାବଶେଷ ଏବଂ ପିରାମିଡର ଅଧ୍ୟୟନ କରୁଛନ୍ତି । ନିକଟରେ ସେ ସମୁଦ୍ରରୁ ଏହି ୧୨୦୦୦ ବର୍ଷ ପୁରୁଣା ଗ୍ରାନାଇଟ ସହର ମିଳିଥିବା ନେଇ କହିଛନ୍ତି । ଯେଉଁ ସ୍ଥାନରେ ସହର ମିଳିଥିବା କଥା କୁହାଯାଉଛି ସେଠାରେ ପୂର୍ବରୁ ମଧ୍ୟ ଅଜବ ଭଗ୍ନାବଶେଷ ମିଳିବା ନେଇ ଚର୍ଚ୍ଚା ହୋଇଥାଏ ।

Get real time updates directly on you device, subscribe now.