fbpx

‘ଧନ୍ୟବାଦ …’: ବଙ୍ଗଳା ଖାଲି କରିବାପାଇଁ ମିଳିଥିବା ଲୋକସଭା ନୋଟିସକୁ ରାହୁଲ ଗାନ୍ଧୀଙ୍କ ଉତ୍ତର

ନୂଆଦିଲ୍ଲୀ:ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହେବା ପରେ ସରକାରୀ ବାସଭବନ ଛାଡିବା ପାଇଁ ବାସ ଏକ ମାସର ସମୟ ଦିଆଯାଇଛି । ଏଥିପାଇଁ ଲୋକସଭା କମିଟି ତରଫରୁ ତାଙ୍କୁ ଏକ ଚିଠି ଲେଖାଯାଇଛି ।

ତେବେ ଏହା ପରେ ସବୁ ଆଡେ ରାହୁଲଙ୍କ ରହିବା କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ତେବେ ଏହା ଭିତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯଦି ରାହୁଲ ଥରେ ଚାହିଁବେ ତାଙ୍କ ପାଇଁ ମୁଁ ବଙ୍ଗଳା ଖାଲି କରି ଦେବି ।

ଆଉ ରାହୁଲ ମଧ୍ୟ ଏହି ସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ସେ ଲୋକସଭା କମିଟିକୁ ତାଙ୍କ ବାସ ଭବନ ଛାଡିବା ସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ଆଉ ଚିଠିରେ ଯାହା ଲେଖାଯାଇଛି ତାହାକୁ ଦେଖି ଲାଗୁଛି ରାହୁଲ ଏହାକୁ ନେଇ ବହୁତ ଦୁଃଖିତ ଅଛନ୍ତି । ଆଉ ଦୁଃଖିତ ହେବେନି ଅବା କିପରି । ଆମେ ଯେତେବେଳେ କୌଣସି ଭଡା ଘରେ ମଧ୍ୟ ବସବାସ କରିଥାଉ ଏହା ସହିତ ଆମର ଏକ ସମ୍ପର୍କ ଯୋଡି ହୋଇଯାଇଥାଏ । ଏଭଳି ବହୁତ ଅନୁଭୂତି ମାନ ରହିଥାଏ ଯାହା ବିଦାୟ ଦେବା ସମୟରେ ବହୁତ କଷ୍ଟ ଦେଇଥାଏ । ଆଉ ରାହୁଲ ଏଠି ବର୍ଷେ କି ଦୁଇ ବର୍ଷ ନୁୂହେଁ ବରଂ ୨୦୦୫ ମସିହା ଠାରୁ ରହୁଛନ୍ତି । ଆଉ କିଭଳି ଅବା ସେ ଏଠାରେ ବିତାଇଥିବା ଅନୁଭୂତିକୁ ଭୁଲି ପାରିବେ ।

ରାହୁଲ ଗାନ୍ଧୀ ତାଙ୍କ ଚିଠିରେ କହିଛନ୍ତି ଆଦେଶ ଅନୁଯାୟୀ ମୁଁ ନିଶ୍ଚିତ ଭାବରେ ଆପଣଙ୍କ ଚିଠିରେ ଥିବା ସବିଶେଷ ତଥ୍ୟ ପାଳନ କରିବି।

Get real time updates directly on you device, subscribe now.