fbpx

ରାଘବ ଚଡ୍ଡା ଓ ପରିନୀତି ଚୋପଡାଙ୍କୁ ଅଭିନନ୍ଦନ ଜଣାଇଲେ ଆପ ସାଂସଦ, କଲେ ଟ୍ୱିଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ବର୍ତ୍ତମାନ ନିଜ ରିଲେସନସିପକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ପରିନୀତିଙ୍କ ନାମ ଆମ ଆଦମୀ ପାର୍ଟୀର ସାଂସଦ ରାଘବ ଚଡ୍ଡାଙ୍କ ସହ ଯୋଡା ଯାଉଛି । ଖବର ମିଳିଛି ଯେ, ଏହି ଦୁଇ ଜଣ ପରାସ୍ପର ସହ ରିଲେସନସିପରେ ଅଛନ୍ତି । ପରିନୀତି ଏବଂ ରାଘବ ଚଡ୍ଡାଙ୍କ ଡେଟିଂର ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଆପ ସାଂସଦ ସଞ୍ଜୀବ ଅରୋଡା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ସଂପର୍କକ ନିଶ୍ଚିତ କରିଛନ୍ତି ।

ପରିନୀତି ଏବଂ ରାଘବ ଚଡ୍ଡାଙ୍କ ସଂପର୍କ ବର୍ତ୍ତମାନ ପର୍ଯ୍ୟନ୍ତ ଗୁପ୍ତ ରହିଥିଲା । ଫ୍ୟାନ୍ସମାନେ ତାଙ୍କ ରିଲେସନସିପକୁ ନେଇ ଅପେକ୍ଷା କରିଥିଲେ । ହେଲେ ଏହାରି ମଧ୍ୟରେ ଆପ ସାଂସଦ ସଂଜୀବ ଅରୋରା ଦୁଇ ଜଣଙ୍କୁ ଅଭିନନ୍ଦନ ଜଣାଇ ସଂପର୍କକୁ ନିଶ୍ଚିତ କରିଛନ୍ତି । ସଂଜୀବ ଆରୋରା ନିଜ ଟ୍ୱିଟର ଆକାଉଣ୍ଟରେ ପରିନୀତି ଓ ରାଘବ ଚଡ୍ଡା, ଦୁଇଜଣଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ମୁଁ ପରିନୀତି ଏବଂ ରାଘବ ଚଡ୍ଡାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ଆଶା କରୁଛି ଯେ, ଏମାନଙ୍କ ମିଳନକୁ ପ୍ରେମ, ଆନନ୍ଦ ଏବଂ କମ୍ପାନିୟନସିପରେ ଭରି ରହୁ । ଏହା ମୋର ଶୁଭକାମନା ।’

ପରିନୀତି ଚୋପଡା, ରାଘବ ଚଡ୍ଡାଙ୍କ ସହିତ ମୁମ୍ବାଇରେ ଭେଟ ହୋଇଥିଲେ । ଏହାପରେ ଦୁହେଁ ଡିନର ଏବଂ ଡେଟ୍ସ ଉପଭୋଗ କରୁଛନ୍ତି । ତେଣୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ସତ କଥା ଏହା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପରିନୀତି ଚୋପଡା ଏବଂ ରାଘବ ଚଡ୍ଡା ଏହି ସଂପର୍କକୁ ନେଇ ଅଫିସିଆଲି କୌଣସି ପୋଷ୍ଟ କରିନାହାନ୍ତି ।

Get real time updates directly on you device, subscribe now.