fbpx

(Video)ସେଦିନ ଲୋପାମୁଦ୍ରାଙ୍କୁ କହିଦେଇଥିଲେ ସରୋଜ:”ମୋତେ ବାହାହୋଇ ତମେ ଭୁଲ କରିଦେଇଛ”

ଓଡ଼ିଶା ଭାସ୍କର: ଚାହୁଁ ଚାହୁଁ ଦିନଟିଏ ବିତିଗଲା । କାନ୍ଦି କାନ୍ଦି ସାରା ରାତି ସରିଗଲା । ଲୁହ ଭର୍ତି ଆଖିରେ ନିଦ ପାଇଁ ଜାଗା ଟିକେ ବି ନଥିଲା । ନୂଆ ସକାଳ ସିନା ଆସିଲା । ହେଲେ ତାଙ୍କ ପାଇଁ କିଛି ବି ନୂଆ ନଥିଲା । ସିକ୍କିମରେ ମଙ୍ଗଳବାର କାଳରାତିର ସେଇ ସର୍ବଗ୍ରାସୀ ବନ୍ୟା ତାଙ୍କର ସବୁ ସୁଖକୁ ନିମିଷକେ ଭସାଇ ନେଇଗଲା । ହଁ ଆଜ୍ଞା, ସହିଦ୍ ସରୋଜଙ୍କର ଜୀବନ ୫ ଦିନ ତଳେ ଜୀବନ ଚାଲି ଯାଇଥିଲା, ଆଉ ଗତକାଲି ତାଙ୍କ ଗାଁ କେନ୍ଦୁଢିପ ମଶାଣିରେ ରକ୍ତ ମାଂସର ଶରୀରଟା ବି ଜଳିଗଲା । ଖାଲି ତାଙ୍କ ମରଶରୀର ଜଳିଲାନି ବରଂ ତା ସାଙ୍ଗରେ ଜଳିପୋଡି ଛାରଖାର ହୋଇଗଲା ମାତ୍ର ୭ ମାସ ତଳେ ସରୋଜଙ୍କ ହାତ ଧରି ନୂଆ ନୂଆ ସଂସାର କରିଥିବା ଲୋପାମୁଦ୍ରାଙ୍କ ସବୁ ଆଶା ଆଉ ସ୍ୱପ୍ନ । କାଲିଠାରୁ କାନ୍ଦୁଛନ୍ତି ଯେ କାନ୍ଦୁଛନ୍ତି । ଯିଏ ଯେତେ ବୁଝାଇଲେ ଅମାନିଆ ଲୁହ ଗୁଡା ଜମା ବୋଲ ମାନୁନାହାଁନ୍ତି । ଆଉ କାନ୍ଦି କାନ୍ଦି ଖାଲି ସେହି ପୁରୁଣା ଦିନର କଥା ସବୁ ମନେ ପକାଉଛନ୍ତି ସହିଦ୍ ସରୋଜଙ୍କ ପତ୍ନୀ । ଦିନେ ସରୋଜ କୁଆଡେ ତାଙ୍କୁ କହୁଥିଲେ, ମୋତେ ଜୀବନ ସାଥୀ ଭାବେ ବାଛି ତମେ ଭୁଲ କରିଦେଇଛ । ତମେ ନିଜ ଭବିଷ୍ୟତକୁ ନିଜେ ଅନିଶ୍ଚିତ କରିଦେଇଛ । କାରଣ ମାଟି ମାଆର ସେବା କରୁ କରୁ କେତେବେଳେ ଯେ ମୋ ଜୀବନ ଚାଲିଯିବ ସେକଥା କିଏ ଜାଣିଛି ।

ଏମିତି ଜଣେ ମଣିଷକୁ ନିଜର କରି ତମେ କଣ ଖୁସି ହୋଇପାରିବ । ସରୋଜଙ୍କ ଥଟ୍ଟା ମଜାରେ କହିଥିବା ଏଇ କେତେପଦ କଥା କିନ୍ତୁ ଖୁବ୍ କଷ୍ଟ ଦେଇଥିଲା ନବବିବାହିତା ପତ୍ନୀଙ୍କୁ । ଆଉ ଅଭିମାନ କରି କହିଥିଲେ ମୋ ସ୍ୱାମୀ ଜଣେ ବୀର ଯବାନ । ତମେ ଏମିତି କଥା କହିବାକୁ ସାହସ କେମିତି କରୁଛ । ଆଉ କେବେ ମୋ ଆଗରେ ଏଭଳି କଥା କହିବନି । ହେଲେ ସେଦିନର ଏହି ଥଟ୍ଟା ପରିହାସ ଆଉ ମିଛ ଅଭିମାନ ଆଜି ସତ ହୋଇଯାଇଛି । ସରୋଜ ସତରେ ମାଟି ମାଆ ପାଇଁ ସହିଦ୍ ହୋଇଯାଇଛନ୍ତି । ଆଉ ଏବେ ଏବେ ହାତ ଧରି ସାଥୀ ହୋଇ ଚାଲିବାକୁ ପ୍ରତିଶ୍ରୁତି ଦେଇଥିବା ପତ୍ନୀ ଲୋପାମୁଦ୍ରାଙ୍କୁ ଠକି ଦେଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ବାହାଘରଲର ମାତ୍ର ଦୁଇମାସ ପରେ ତାଙ୍କୁ ଛାଡି ପରୀକ୍ଷା ଦେବାକୁ ଯାଇଥିଲେ ସରୋଜ । ଆଉ ପଚାରିବାରୁ ସ୍ତ୍ରୀଙ୍କୁ କହିଥିଲେ, ମୋତେ ଯିବାକୁ ଦିଅ । କିଛି ଦିନ ପରେ ତମେ ଦେଖିବ, ମୋ ୟୁନିଫର୍ମରେ ଆଉ ଦୁଇଟି ଷ୍ଟାର ଲାଗିବ, ତମେ ବି ମ୍ୟାଡମ୍ ହୋଇଯିବ । ସମସ୍ତେ ତୁମକୁ ସମ୍ମାନ କରିବେ । ଏମିତି କେତେ କଣ ସ୍ୱପ୍ନ ଦେଖାଇ ଯାଇଥିଲେ । ଆଉ ଡିସେମ୍ବରକୁ ଆସିବେ ବୋଲି ବି କହିଯାଇଥିଲେ । ହେଲେ ଡିସେମ୍ବର ଆସିବା ଆଗରୁ ସେ ନିଜେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ । ଆଉ ସେଇ କଥା ସବୁ ଭାବି ଏବେ ଖାଲି ଗୁମୁରି ଗୁମୁରି କାନ୍ଦୁଛନ୍ତି ସହିଦ୍ ସରୋଜଙ୍କ ପତ୍ନୀ ।

Get real time updates directly on you device, subscribe now.