fbpx
BSKY SKY
BSKY SKY

Breaking News… ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ BSF ଯବାନ୍

BSKY

ନିଆଳି: କଟକ ନିଆଳିରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ବିଏସଏଫ ଯବାନ୍ ପ୍ରାଣ ହରାଇଛନ୍ତି । ଗୋବିନ୍ଦପୁର ଥାନା ଅନ୍ତର୍ଗତ ଚଉପଡ଼ା ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଯାଇଛି ଏଭଳି ଏକ ଦୁର୍ଘଟଣା । ବାଟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଯବାନ୍ ସତ୍ୟ ରଞ୍ଜନ ପାଲ୍ । ବର୍ଡରରୁ କିଛି ଦିନ ପାଇଁ ଛୁଟିରେ ଆସିଥିବା ବେଳେ ସତ୍ୟରଞ୍ଜନଙ୍କର ମୃତ୍ୟୁ ଘଟିଛି । ତେବେ ବିରିଡ଼ି ଥାନା ଅଧୀନସ୍ଥ ବାରେଡ଼ିଆ ଗାଁର ସତ୍ୟରଞ୍ଜନ ପାଲ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଛୁଟି ସମୟ କାଟିବା ପାଇଁ ଭୁବନେଶ୍ୱର ଆସିଥିଲେ ସତ୍ୟ, ତେବେ ଭୁବନେଶ୍ୱରରୁ ଘରକୁ ପେରିବା ବାଟରେ ଦୁର୍ଘଟଣାରେ ସତ୍ୟରଞ୍ଜନ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.