fbpx

ଅଣ୍ଡାରୁ ବାହାରିଲା ୪ପାଦ ବିଶିଷ୍ଟ କୁକୁଡ଼ା, VIDEO ଦେଖିବା ପରେ ମଧ୍ୟ ବିଶ୍ୱାସ ହେଉନି

ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ହେଲେ ଏମିତି କିଛି ଭିଡ଼ିଓ ଅଛି ଯାହାକୁ ଦେଖିବା ପରେ ମଧ୍ୟ ବିଶ୍ୱାସ ହୁଏ ନାହିଁ । ଏପରି ବିଶ୍ୱାସ ହେଉନଥିବା ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହା ସମସ୍ତେ ଜାଣିଥିବେ ଯେ, କୁକୁଡ଼ାର ୨ଟି ପାଦ ହେଲେ କୁକୁଡ଼ାର ୪ଟି ପାଦ ଏହା ଏକ ଅବିଶ୍ୱସନୀୟ । ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି । ଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନରେ ଆଶ୍ଚର୍ଯ୍ୟ ହେବା ପରି ଏକ ଭିଡ଼ିଓ ରେର୍କଡ କରିଛି । ଏଥିରେ ଦୃଶ୍ୟମାନ ହେଉଛି ଯେ, ଅଣ୍ଡାରୁ ବାହାରିଥିବା ଏକ କୁକୁଡ଼ାର ୨ଟି ପାଦ ଯାଗାରେ ୪ଟି ପାଦ ଅଛି ।

ଏହି ଭିଡ଼ିଓରେ ସଫାସଫା ଦେଖାଦେଉଛି ଯେ, ଜଣେ ବ୍ୟକ୍ତି ନିଜ ହାତ ଉପରେ କୁକୁଡ଼ାକୁ ଧରିଛି ଏବଂ ଦେଖାଉଛି କୁକୁଡ଼ାର ୪ଟି ପାଦ । ସେ କହିଛନ୍ତି ଯେ, ‘ମୁଁ ଶୁଣିଲି ମୋର ଏଠାରେ ଗୋଟେ କୁକୁଡ଼ା ଜନ୍ମ ନେଇଛି ଯାହାର ପାଦ ସଂଖ୍ୟା ୪ ଏବଂ ସେ ସୁସ୍ଥ ମଧ୍ୟ ଅଛି’ । ସେହି ବ୍ୟକ୍ତି ନିଜର ଅନ୍ୟ କୁକୁଡ଼ା ମାନଙ୍କୁ ମଧ୍ୟ ଦେଖାଉଛି ଭିଡ଼ିଓ ରେ ଯେଉଁମାନଙ୍କ ପାଦ ୨ଟି । ସେ ପୁଣି କହିଛନ୍ତି, ‘ଯେତେବେଳେ ଏହି କୁକୁଡ଼ା ବଡ଼ ହୋଇଯିବ ମୁଁ ଆଉଥରେ ଭିଡ଼ିଓ କରି ଛାଡ଼ିବି’ । ଏହି ଭିଡ଼ିଓ ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହେବାକୁ ଲାଗିଛି ।

ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମରେ … ନାମର ଏକ ୟୁଜର ଅପଲୋଡ କରିଛି । ସେ ଭିଡ଼ିଓର କ୍ୟାପସନରେ ଲେଖିଛି ଯେ, କୁକୁଡ଼ା ଛୁଆର ୪ଟି ଗୋଡ଼ । ଏହି ଭିଡ଼ିଓରେ ଅନେକ କମେଣ୍ଟ ଆସିଛି । ଏକ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ ଗୋଟେ କୁକୁଡ଼ାର ୪ଟି ଗୋଡ଼? ଏହା ଦେଖିବା ପରେ ମଧ୍ୟ ବିଶ୍ୱାସ ହେଉନାହିଁ’ ।

Get real time updates directly on you device, subscribe now.