fbpx

ଏହି ୪ଟି କଥା ହୋଇପାରେ ବିବାହ ବିଚ୍ଛେଦର ମୁଖ୍ୟ କାରଣ

ଯେତେବେଳେ କୌଣସି ଦମ୍ପତ୍ତି ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ୭ ଜନ୍ମ ପାଇଁ ଏକାଠି ରହିବାର ପ୍ରତିଜ୍ଞା କରିଥାନ୍ତି। କିନ୍ତୁ ବହୁବାର ସମ୍ପର୍କରେ ଏଭଳି କିଛି କଥା ଘଟିଯାଏ ଯାହାକୁ ନେଇ ପରସ୍ପର ମଧ୍ୟରେ ବାଦ-ବିବାଦ ଲାଗିବା ପରେ ବୈବାହିକ ଜୀବନରେ ସୃଷ୍ଟି ହୋଇଥାଏ ଫାଟ। ଏହାର ମୁଖ୍ୟ କାରଣ ହେଉଛି ପରସ୍ପର ବିଚାର ନମିଳିବା, ଜଣେ ଅନ୍ୟଜଣର ପରମ୍ପରା ସହିତ ନିଜକୁ ଖାପଖୁଆଇ ଚଳିନପାରିବା ଓ ପସନ୍ଦ ନାପସନ୍ଦର ଝଗଡା ସବୁବେଳେ ବିବାଦର କାରଣ ହୋଇଥାଏ। ବିବାହ ବିଚ୍ଛେଦ ଏଭଳି ଏକ ସ୍ଥିତି ଯେତେବେଳେ ଦୁଇଜଣ ଲୋକ ସବୁବେଳ ପାଇଁ ଅଲଗା ହେବାର ନିଷ୍ପତ୍ତି ନେଇଥାନ୍ତି। ଆଜି ଆମେ ଆପଣଙ୍କୁ ଏଭଳି କିଛି କଥା କହୁଛୁ ଯାହା ଉପରେ ଆପଣ ସମୟ ପୂର୍ବରୁ ଯଦି କାବୁ କରିପାରନ୍ତି ତେବେ ବିବାହ ବିଚ୍ଛେଦ।

ଅତୀତର ସମ୍ପର୍କ: ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଯେ, ଅତୀତର କୌଣସି ଘଟଣା ବର୍ତ୍ତମାନ ଏବଂ ଭବିଷ୍ୟତକୁ ଖରାପ କରିଦେଇଥାଏ। ଯଦି ଆପଣ ନିଜର ପାର୍ଟନରଙ୍କ ଅତୀତ ବିଷୟରେ ଜାଣିଥାନ୍ତି ଏବଂ ଆପଣ ଏହାକୁ ସ୍ବୀକାର କରୁଛନ୍ତି ତେବେ ତାଙ୍କ ସହ ସମ୍ପର୍କ ବଢାନ୍ତୁ। ଯଦି ନାହିଁ ତେବେ ସବୁକିଛି ଭୁଲି ନୂତନ ଆରମ୍ଭ କରନ୍ତୁ। କାରଣ କାହାର ଅତୀତକୁ ଆପଣ ବଦଳାଇ ପାରିବେ ନାହିଁ। ଅତୀତର ସମସ୍ତ ପୁରୁଣା ଦୋଷ-ଦୁର୍ବଳତାକୁ ଭୂଲି ଜୀବନର ନୂତନ ଆରମ୍ଭ କରନ୍ତୁ। ଭବିଷ୍ୟତରେ ନୂତନ ସମ୍ପର୍କର ସମ୍ଭାବନା ପ୍ରତି ସକାରତ୍ମକ ଦୃଷ୍ଟିକୋଣ ରଖନ୍ତୁ। ଏହାଦ୍ବାରା ଆପଣ ଏବଂ ଆପଣଙ୍କ ସାଥୀ ଦୁହେଁ ଖୁସି ରହିପାରିବେ।

ଜଣେ ଅନ୍ୟ ଜଣକୁ ଦୋଷ ଦେବା :  ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପରସ୍ପର ଜଣେ ଅନ୍ୟ ଜଣକୁ ଦୋଷ ଦେବା ସମ୍ପର୍କକୁ ଅଧିକ ଖରାପ କରିଥାଏ। ଯଦି ଲାଗୁଛି ଆପଣଙ୍କ ସାଥୀଙ୍କ ଦ୍ବାରା କୌଣସି ଭୁଲ ହେଉଛି, ତେବେ ତାଙ୍କୁ ସିଧାସଳଖ ଭାବରେ ଦୋଷ ନଦେଇ ବୁଝାଇ ପାରିବେ। ଯେଉଁ ଭଳି ଦୁଇ ହାତ ନବାଜିଲେ ତାଳି ବାଜେନି, ଠିକ୍ ସେଭଳି ପରସ୍ପରର ଭୁଲ ଥିଲେ ଯାଇ ଝଗଡା ହୋଇଥାଏ।

ପରିବାରର ଅର୍ଥିକ ସ୍ଥିତି : ଯଦି ସ୍ବାମୀ କିମ୍ବା ସ୍ତ୍ରୀ ଉଭୟ ଭିତରୁ ଜଣଙ୍କର ପାରିବାରିକ ଆର୍ଥିକ ସ୍ଥିତି ଭଲ ଥାଏ ତେବେ ଦାମ୍ପତ୍ତ୍ୟ ଜୀବନରେ ଫାଟ ସୃଷ୍ଟି କରିପାରେ। ଯଦି ଜଣେ  ଧନୀ କିମ୍ବା ଆଉ ଜଣେ ଗରୀବ ଘରୁ ଆସିଥାନ୍ତି ତେବେ ଏହା କାରଣରୁ ବିବାହ ବିଚ୍ଛେଦ ହୋଇପାରେ। କାରଣ ବାରମ୍ବାର ଝଗଡା ହେବା ବେଳେ ଜଣେ ଅନ୍ୟଜଣଙ୍କ ପରିବାରର ଆର୍ଥିକ ସ୍ଥିତିକୁ ନେଇ କହିବାକୁ ପଛାଇ ନଥାନ୍ତି। ଯାହାଫଳରେ ବିବାହ ବିଚ୍ଛେଦ ହେବାର ସମ୍ଭାବନା ଅଧିକ ବଢିଯାଏ। ଯଦି ଆପଣଙ୍କ ଭିତରେ ଏଭଳି କୌଣସି କଥା ରହିଛି ତେବେ ଏଥିପ୍ରତି ସତର୍କ ରୁହନ୍ତୁ।

ସମ୍ପର୍କ ଭିତରେ ଥିବା ଶୂନ୍ୟସ୍ଥାନ : କୌଣସି ସମ୍ପର୍କକୁ ଶେଷ କରିବା ପୂର୍ବରୁ ପରସ୍ପରର ନିଷ୍ପତ୍ତି ରହିବା ଦରକାର। ଦୁହେଁ ଏକାଠି ମିଶି କଥା ହେବା ଦରକାର, ଯାହାଫଳରେ ବହୁ ଭୁଲ ବୁଝାମଣା ଦୂର ହୋଇପାରିବ। ଦୁହିଁଙ୍କ ସମ୍ପର୍କ ଭିତରେ ଯଦି ଶୂନ୍ୟସ୍ଥାନ ରହିଯାଏ ତେବେ ସମ୍ପର୍କର ସୁତାଖିଅ ଛିଡିଯିବାର ସମ୍ଭାବନା ଅଧିକ ରହିଥାଏ।

Get real time updates directly on you device, subscribe now.