fbpx

ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ, ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଆନନ୍ଦପୁର (ଭାସ୍କର ନ୍ୟୁଜ୍‌):  ମଦ ପିଇବା ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଅତ୍ୟନ୍ତ ନିର୍ମମଭାବେ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗ୍ରାମରେ । ଅଭିଯୋଗ ଅନୁଯାୟୀ, ଗାଁର ମଣ୍ଟୁ ଜେନା ଶନିବାର ସକାଳେ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ତା ମା’ ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲା । ୫୦୦ ଟଙ୍କା ଦେଇ ପାରିବେନି ବୋଲି ରଙ୍ଗବତୀ ତାକୁ କହିଥିଲେ । ସେ କେବଳ ୩୦ ଟଙ୍କା ଦେଇଥିଲେ । ଆବଶ୍ୟକ ଟଙ୍କା ନ ମିଳିବାରୁ ମଣ୍ଟୁ ଏକ ଧାରୁଆ ଅସ୍ତ୍ରରେ ନିଜ ମା’ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲା । ଫଳରେ ରଙ୍ଗବତୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.