fbpx

ଆଖି ପାଇଁ ବିପଦ ହୋଇପାରେ କରୋନାର ଚତୁର୍ଥ ଲହର: ଜାଣନ୍ତୁ ଏହାର ୩ଟି ଲକ୍ଷଣ

Advertisement

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ମହାମାରୀର ଚତୁର୍ଥ ଲହର ସଂକ୍ରମଣ ବ୍ୟାପିବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ବିଶେଷଜ୍ଞମାନେ କରୋନାର ଏହି ଭାଇରସ ପାଇଁ ସତର୍କ ରହବି ପାଇଁ ପରାମର୍ଶ ଦେଇଛନ୍ତି । ତେବେ କେବଳ ଭାରତ ନୁହେଁ, ଅନ୍ୟ ଦେଶମାନଙ୍କରେ ମଧ୍ୟ କରୋନାର ଭୟାବହତା ବଢିବାରେ ଲାଗିଛି । ନୂଆ ରୂପ ଏବଂ ନୂଆ ଲକ୍ଷଣ ସହିତ ଫେରି ଲୋକମାନଭ୍କୁ ସଂକ୍ରମିତ କରୁଛି ମହାମାରୀର ବିଭିନ୍ନ ଭାରିଆଣ୍ଟ ।

କରୋନାର ମୂଖ୍ୟ ଲକ୍ଷଣ ହେଉଛି ଜ୍ୱର, ଥଣ୍ଡା ଏବଂ କାଶ । କିନ୍ତୁ ଏହାର କିଛି ଲକ୍ଷଣ ଏବେ ଆକି ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଆଖିରେ ଯନ୍ତ୍ରଣା ଅନୁଭବ କରିବା କରୋନାର ଏକ ଲକ୍ଷଣ ହୋଇପାରେ ବୋଲି କୁହାଯାଇଛି । ଏହାବ୍ୟତୀତ ଆଖି କୁଣ୍ଡାଇ ହେବା, ଶୁଖିଲାପଣ ଇତ୍ୟାଦି ମଧ୍ୟ କରୋନା ମହାମାରୀର ଲକ୍ଷଣ ସହିତ ଯୋଡି ହୋଇ ରହିପାରେ । ତେବେ ଏହି ସବୁ ଲକ୍ଷଣକୁ ହେୟଜ୍ଞାନ କରାଯାଇନପାରେ ।

ପୁରୁଣା ଭାରିଆଣ୍ଟମାନଙ୍କ ଅପେକ୍ଷା ସବୁଠୁ ଅଧିକ ସଂକ୍ରାମକ ହୋଇଛି କରୋନାର ଏକ୍ସଇ ଭାରିଆଣ୍ଟ । ତେେ ଏହି ଭାରିଆଣ୍ଟ ସେତେ ପରିମାଣରେ ଘାତକ ହେବନାହିଁ ବୋଲି କୁହାଯାଇଛି । ଭାରତୀୟମାନଙ୍କ ଦେହରେ ଅଧିକ ଆଣ୍ଟିବଡି ଥିବାରୁ ଏହା ଅଦିକ କ୍ଷତି ପହଞ୍ଚାଇ ନପାରେ । ତେବେ ଏହାକୁ ହାଲକାରେ ନେବା କିମ୍ବା କରୋନା କଟକଣାକୁ ଭୁଲିଯିବା ସଂକ୍ରମଣ ବଢାଇବାର ବଡ କାରଣ ହୋଇପାରେ ।

Get real time updates directly on you device, subscribe now.