fbpx

ଦୁନିଆର ସବୁଠାରୁ ଶକ୍ତଶାଳୀ ପରିବା ‘କାଙ୍କଡ’, ଯାହାକୁ ଖାଇଲେ ପାଖ ମାଡିବନି ହୃଦରୋଗ, କ୍ୟାନସର ଭଳି ରୋଗ

ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାହାର ଖାଦ୍ୟ ଖାଇ ନାନା ରୋଗ ଗ୍ରାସ କରୁଛି । ଏଥିରୁ ମୁକ୍ତି ପାଇବା ବିଭିନ୍ନ ସବୁଜ ପନିପରିବା ଆମେ ଖାଉଥିଲେ ମଧ୍ୟ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଶକ୍ତି ମିଳୁନାହିଁ। କିନ୍ତୁ କାଙ୍କଡ଼ ଏମିତି ଏକ ପରିବା ଯାହା ଖାଇଲେ ଶରୀରକୁ ଶକ୍ତି ମିଳିବା ସହିତ ବିଭିନ୍ନ ରୋଗଠାରୁ ଦୂରେଇ ରଖିଥାଏ। କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ।

ମିଠା କଲରା କୁହାଯାଉଥିବା କାଙ୍କଡ଼ ସ୍ବାସ୍ଥ୍ୟ ପ୍ରତି ବହୁ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣର ଫାଇଟୋକେମିକାଲ୍‌ସ, ଆଣ୍ଟିଅକ୍ସିଡେଣ୍ଟ, ମେମୋରେଡିସିନ୍‌ ଏବଂ ଫାଇବର ରହିଛି। ଏହା ଶରୀରରୁ ରକ୍ତ ପରିଷ୍କାର କରିବା ସହିତ ଥଣ୍ଡା କାଶ ପାଇଁ ରାମବାଣ ସଦୃଶ। ଏହା ସହିତ ଭୟଙ୍କର କ୍ୟାନସର ଏବଂ ହୃଦରୋଗ ଜନିତ ସମସ୍ୟା ମଧ୍ୟ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଶରୀରର ଓଜନ କମ୍‌ କରିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୈନନ୍ଦିନ ଖାଦ୍ୟରେ ଏହାକୁ ସାମିଲ କଲେ କ୍ୟାନସର ପରି ମାରାତ୍ମକ ରୋଗ ଆଶଙ୍କା କମ୍‌ ରହିବ।

କାଙ୍କଡ଼ରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ। ଏହା ଉଚ୍ଚରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବହୁ ଲାଭକାରର ସାବ୍ୟସ୍ତ ହୋଇଥାଏ। ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରେ ମଧ୍ୟ ମିଳିଥାଏ। କିନ୍ତୁ ଯେହେତୁ କଲରା ପିତା ଲାଗିଥାଏ ଏଣୁ ତାହା ତୁଳନାରେ କାଙ୍କଡ଼ ଖାଇବା ବହୁତ ସ୍ବାଦିଷ୍ଟ ଏବଂ ଲାଭକାରୀ ହୋଇଥାଏ।

Get real time updates directly on you device, subscribe now.