fbpx
BJD SKY
BJD SKY

ସ୍କଟଲାଣ୍ଡକୁ ହରାଇ ବିଶ୍ୱକପରେ ଏଣ୍ଟ୍ରି ମାରିଲା ନେଦରଲାଣ୍ଡସ: ୧୦ଟି ଟିମ ଏବେ ପୂରା ପ୍ରସ୍ତୁତ

BJD

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଭାଗ ନେବାକୁ ଥିବା ସମସ୍ତ ୧୦ଟି ଟିମର ନିଷ୍ପତ୍ତି ସରିଛି । ପୂର୍ବରୁ ଶ୍ରୀଲଙ୍କା କ୍ୱାଲିଫାୟାର ଜରିଆରେ ବିଶ୍ୱକପରେ ପ୍ରବେଶ କରିଥିବା ବେଳେ ଏବେ ନେଦରଲାଣ୍ଡସ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଏଥିସହିତ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ।

ପୂର୍ବରୁ ୧୯୯୬, ୨୦୦୩, ୨୦୦୭ ଓ ୨୦୧୧ ବିଶ୍ୱକପରେ ନେଦରଲାଣ୍ଡସ ଖେଳିଥିବା ବେଳେ ୨୦୨୩ରେ ପଞ୍ଚମ ଥର ପାଇଁ ବିଶ୍ୱକପ ଖେଳିବ । ପୂର୍ବରୁ ୱେଷ୍ଟଇଣ୍ଡିଜ ଚଳିତ ବିଶ୍ୱକପରୁ ବାଦ୍ ପଡ଼ିଥିଲା । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଥମେ ୮ଟି ଟିମ୍ ନିଜର ସ୍ଥାନ ସୁରକ୍ଷିତ କରି ସାରିଥିବା ବେଳେ ୨ଟି ଟିମର ଚୟନ କ୍ୱାଲିଫାୟାର ଜରିଆରେ ହେବାର ଥିଲା । ତେବେ ବିଶ୍ୱକପ୍ କ୍ୱାଲିଫାୟାର ଜରିଆରେ ଶ୍ରୀଲଙ୍କା ଓ ନେଦରଲାଣ୍ଡସ ଉପଲବ୍ଧି ହାସଲ କରିଛନ୍ତି ।

ଅକ୍ଟୋବର ୫ ତାରିଖରେ ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ଏଥର ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆକୁ, ୧୧ରେ ଆଫଗାନିସ୍ତାନକୁ, ୧୫ରେ ପାକିସ୍ତାନକୁ, ୧୯ରେ ବାଂଲାଦେଶକୁ, ୨୨ରେ ନ୍ୟୁଜିଲାଣ୍ଡକୁ, ୨୯ରେ ଇଂଲଣ୍ଡକୁ, ନଭେମ୍ବରରେ ୨ରେ କ୍ୱାଲିଫାୟାର-୨କୁ, ୫ରେ ଦକ୍ଷିଣ ଆଫିକ୍ରାକୁ, ୧୧ରେ କ୍ୱାଲିଫାୟର-୧କୁ ଭେଟିବ ।

Get real time updates directly on you device, subscribe now.