fbpx

ସହିଦ ହୋଇଗଲା ଆର୍ମି କୁକୁର ‘ଜୁମ’: ଆତଙ୍କବାଦୀ ଗୁଳିରେ ହରାଇଲା ପ୍ରାଣ

Advertisement

ନୂଆଦିଲ୍ଲୀ: ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛି ଆର୍ମି କୁକୁର ଜୁମ୍ । ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଆଜି ଦେଶ ପାଇଁ ଦେଇଛି ପ୍ରାଣବଳି । କିଛି ଦିନ ଧରି ଗୁରୁତର ଅବସ୍ଥାରେ ମେଡିକାଲରେ ରହିବା ପରେ ଶେଷରେ ଆଜି ଆଖି ବୁଜି ଦେଇଛି ଜୁମ୍ । ଆତଙ୍କୀଙ୍କ ୨ଟି ଗୁଳି ଖାଇ ଗୁରୁତର ଅବସ୍ଥାରେ କୁକୁରଟି ଚିକିତ୍ସାରତ ଥିଲା । କିନ୍ତୁ ଆଜି ଦେଶ ପାଇଁ ସେ ନିଜ ପ୍ରାଣବଳି ଦେଇଛି ।

ଇଣ୍ଡିଆନ ଆର୍ମିର ଏକ ସଫଳ ଏବଂ ସାହସୀ ସୈନ୍ୟ ହୋଇ ଉଭା ହୋଇଥିଲା ଜୁମ୍ । ଆତଙ୍କବାଦୀଙ୍କ ଏନକାଉଣ୍ଟ ଅପରେସନରେ ସେ ସାମିଲ ଥିବା ବେଳେ ଆତଙ୍କୀ ଆକ୍ରମଣର ଶିକାର ହୋଇଥିଲା । ଆତଙ୍କବାଦର ୨ଟି ଗୁଳିରେ ଜୁମ ଗୁରୁତର ହୋଇଥିଲା । ତେଣୁ ଚିକିତ୍ସା ପାଇଁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାର କିଛି ଦିନ ପରେ ଆଜି ମେଡିକାଲରେ ସହିଦ ହୋଇଛି ଆର୍ମି କୁକୁର ଜୁମ୍ ।

ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ସେନାର ଆସଲ୍ଟ କୁକୁର ଗୁରୁତର ଭାବେ ଆହତ ହୋଇଛି । ସୋମବାର ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଏହି ଅପରେସନରେ ସେନାର ଲଢ଼ୁଆ କୁକର ଜୁମ୍ ଆହତ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଜୁମ୍ କୁ ଦୁଇ ଗୁଳି ବାଜିଥିଲା କିନ୍ତୁ ତଥାପି ସେ ଲଢ଼ିଥିଲା । ଫଳରେ ଲୁଚି ରହିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସେନାକୁ ସଫଳତା ମିଳିଥିଲା ।

ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ରବିବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ତଙ୍ଗପାୱା ଏରିଆରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ସୋମବାର ସକାଳେ ଏକ ସନ୍ଦିଗ୍ଧ ଘରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନା ସନ୍ଦେହ କରିଥିଲା । ଏହାପରେ ସେନାର ଲଢ଼ୁଆ କୁକୁର ଜୁମକୁ ସେଠାକୁ ପଠାଯାଇଥିଲା । ଯେଉଁଠାରେ ଆତଙ୍କବାଦୀ ଲୁଚିରହିଥିଲେ ଏବଂ ସେମାନେ ଜୁମ ଉପରକୁ ଗୁଳିଚଳାଇଥିଲେ । ସେନା ଅଧିକାରୀ କହିଛନ୍ତି ଯେ ଜୁମ୍ ଖୁବ୍ ପ୍ରଶିକ୍ଷିତ । ଆତଙ୍କବାଦୀଙ୍କୁ ଖୋଜିବା ଏବଂ ତାଙ୍କୁ ଧରିବା ଟ୍ରେନିଂ ମଧ୍ୟ ଦିଆଯାଇଛି । ଦକ୍ଷିଣ କାଶ୍ମୀରର ଅନେକ ଭାଗରେ ଜୁମ୍ ଭାଗ ନେଇଛି ।

ଅଧିକାରୀ କହିଛନ୍ତିି ଯେ ସୋମବାର ଜୁମ୍ କୁ ସାଧାରଣ ଟାସ୍କ ଦିଆଯାଇଥିଲା । କିନ୍ତୁ ଅପରେସନ ସମୟରେ ଜୁମ୍ କୁ ଗୁଳିବାଜିଥିଲା ଏବଂ ସେ ଗୁରୁତର ଭାବରେ ଆହତ ହୋଇଥିଲା । ଅଧିକାରୀ କହିଛନ୍ତି ଯେ ଗୁଳିବାଜିବା ପରେ ବି ଜୁମ୍ ଲଢ଼ିଥିଲା ଫଳରେ ଲୁଚିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିôଲା ସେନା । ତେବେ ଜୁମ୍ କୁ ସେନାର ଭେଟନାରୀ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ତାହାର ଚିକିତ୍ସା ଚାଲିଛି । ଦୁଇ ଲସ୍କର-ଏ-ତୋଏବା ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ, ଏହି ଅପରେସନରେ କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ ।

Get real time updates directly on you device, subscribe now.