fbpx
BJD SKY
BJD SKY

ଏହି ଦେଶରେ ବ୍ୟାପିଲା କରୋନାର ନୂଆ ଭାରିଆଣ୍ଟ XBB: ଜାଣନ୍ତୁ କେତେ କ୍ଷତିକାରକ

BJD

ସିଙ୍ଗାପୁର: ପୁଣି ଥରେ କରୋନା ମହାମାରୀକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଚୀନ ପରେ ସିଙ୍ଗାପୁରରେ ମଧ୍ୟ ଓମିକ୍ରନ୍ ର ନୂଆ ଭାରିଆଣ୍ଟ ଏକ୍ସବିବି ମିଳିଛି । ଯାହାକୁ ନେଇ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି ହୋଇଛି । ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ଯେ ଏସିଆରେ ପୁଣି ଥରେ ଏହି ଭାରିଆଣ୍ଟ କାରଣରୁ କରୋନା ମାମଲା ଦେଖାଦେଇପାେରେ । ବର୍ତ୍ତମାନ ଏକ୍ସବିବି ଷ୍ଟ୍ରେନ୍ କାରଣରୁ ବାଙ୍ଗଲାଦେଶ ଏବଂ ସିଙ୍ଗାପୁର ଭଳି ଦେଶରେ ମାମଲାରେ ସାଧାରଣ ବୃଦ୍ଧି ଦେଖିବାକୁ ମିଳୁଛି ।

ଏକ ରିପୋର୍ଟ ଅନୂଯାୟୀ ସିଙ୍ଗାପୁରରେ ଗତ ଏକ ସପ୍ତାହରେ ଦୈନିକ ସଂକ୍ରମଣ ପ୍ରାୟ ୫,୫୦୦ ମାମଲା ରୁଜୁ ହୋଇଛି । ଯେତେବେଳେକି ଏକ ମାସରେ ପ୍ରଥମ ଦୈନିକ ସଂକ୍ରମଣ ୨୦୦୦ ଥିଲା । ସିଙ୍ଗାପୁରରେ ଅଧିକାରୀ ଅବଶ୍ୟ ଏହାକୁ ନେଇ ଚିନ୍ତିତ ନାହାଁନ୍ତି । ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ କହିଛନ୍ତି ଯେ ଦେଶର ନିକଟରେ କରୋନା ମାମଲାରେ କେବଳ ୧୫ ପ୍ରତିଶତ ପୁନଃ ସଂକ୍ରମଣ ଦେଖାଯାଇଛି । ମାମଲାରେ ପୁନଃ ସଂକ୍ରମଣ ଯଦି ୫୦ ପ୍ରତିଶତ ପାର୍ କରୁଛି ତେବେ ଏହା କରୋନା ଲହର ହେବ । ସେପଟେ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଷ୍ଟର ଡୋଜ୍ ଉପଲବ୍ଧତାକୁ ବଢ଼ାଇଛି । ସିଙ୍ଗାପୁରରେ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ବଢ଼ିଛି । କିନ୍ତୁ ମୃତ୍ୟୁ ମାମଲା କମ୍ ରହିଛି । ବାଙ୍ଗଲାଦେଶରେ ମଧ୍ୟ ମାମଲାରେ ମାମୁଲି ବୃଦ୍ଧି ଦେଖିବାକୁ ମିଳିଛି । ଅବଶ୍ୟ ରିପୋର୍ଟ କରାଯାଇଥିବା ସଂଖ୍ୟା ସିଙ୍ଗାପୁର ତୁଳନାରେ କମ୍ ।

 

ସୋମବାର ହଂଗକଂଗ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ସେ ସହରରେ ଏକ୍ସବିବି.୧ର ପ୍ରଥମ ମାମଲା ପାଇଛନ୍ତି, ଯାହାକି ଏକ୍ସବିବି ଷ୍ଟ୍ରେନର ଏକ ଉପପ୍ରକାର । ପେକିଂ ୟୁନିଭର୍ସିଟି ଏବଂ ଚାଙ୍ଗପିଙ୍ଗ ଲାବୋରେଟୋରୀର ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଏକ୍ସବିବି ଭାରିଆଣ୍ଟରେ ଆଣ୍ଟିବଡିକୁ କ୍ଷତି ପହଞ୍ଚାଇବାର ବଡ଼ କ୍ଷମତା ରହିଛି ।

Get real time updates directly on you device, subscribe now.