fbpx

ଗବେଷଣାରୁ ଆସିଲା ବଡ଼ ତଥ୍ୟ; ଆଲଜାଇମର(Alzheimer’s) ରୋଗ ଆଶଙ୍କାକୁ ହ୍ରାସ କରୁଛି Viagra

ନୂଆଦିଲ୍ଲୀ: ଭାଇଗ୍ରା ବା ଇରେକ୍ଟାଇଲ ଡିସଫଙ୍କସନ ବଟିକାକୁ ନେଇ ଗବେଷକମାନେ ଏକ ନୂଆ ତଥ୍ୟ ପାଇଥିବା ଜଣାପଡିଛି। ବର୍ତ୍ତମାନ ଏହି ଗବେଷଣାର ତଥ୍ୟ ସାମ୍ନାକୁ ଆସିଛି। ଆଲଜାଇମର (Alzheimer’s) ରୋଗ ସହ ଲଢ଼ିପାରୁଥିବା ଔଷଧ ହୋଉଛି ଭାଇଗ୍ରା। ଏକ ରିପୋର୍ଟରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁ ପୁରୁଷମାନଙ୍କୁ ଭାଇଗ୍ରା କିମ୍ବା ସମାନ ପ୍ରକାରର ଔଷଧ ଦିଆଯାଇଥିଲା ଓ ସେହି ଔଷଧ ଦିଆଯାଇନଥିବା ପୁରୁଷଙ୍କ ତୁଳନାରେ ଭାଇଗ୍ରା ଖାଇଥିବା ପୁରୁଷଙ୍କ ଡିମେନ୍ସିଆ ରୋଗରେ ପୀଡ଼ିତ ହେବାର ସମ୍ଭାବନା ୧୮ ପ୍ରତିଶତ କମ୍ ଥିଲା। ଯେଉଁ ପୁରୁଷମାନଙ୍କୁ ସର୍ବାଧିକ ଥର ଔଷଧ ଦିଆଯାଇଥିଲା ସେମାନଙ୍କ ଠାରେ Alzheimer’s ରୋଗର ପ୍ରଭାବ ସବୁଠାରୁ କମ୍ ଥିଲା।

ବୈଜ୍ଞାନିକମାନେ ଏହି ଗବେଷଣା ସମୟରେ ଜାଣିବାକୁ ପାଇଥିଲେ ଯେ ଯେଉଁମାନଙ୍କୁ ଇରେକ୍ଟାଇଲ୍ ଡିସଫଙ୍କସନ ବଟିକା ଦିଆଯାଇଥିଲା ସେମାନଙ୍କଠାରେ ଆଲଜାଇମର୍ ହେବାର ଆଶଙ୍କା ୪୪ ପ୍ରତିଶତ କମ୍ ରହିଥାଏ। ୟୁନିଭର୍ସିଟି କଲେଜ ଲଣ୍ଡନର ମୁଖ୍ୟ ଲେଖକ ଡ. ରୁଥ୍ ବ୍ରାଉର କହିଛନ୍ତି ଯେ ଆମେ କହିପାରିବୁ ନାହିଁ ଯେ ଔଷଧ ଗୁଡ଼ିକ ଦାୟୀ, କିନ୍ତୁ ଏହା ଆମକୁ ଭବିଷ୍ୟତରେ ଆମେ କିପରି ଆଗକୁ ବଢ଼ିବୁ ସେ ବିଷୟରେ ଚିନ୍ତା କରିବାର ଖାଦ୍ୟ ଦେଇଥାଏ। ‘ଦି ଗାର୍ଡିଆନ୍’ ଖବରକାଗଜର ରିପୋର୍ଟ ଅନୁଯାୟୀ, ମହିଳା ଓ ପୁରୁଷଙ୍କ ଠାରେ ଏହି ଔଷଧଗୁଡ଼ିକର ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ଆମକୁ ଏକ ଉପଯୁକ୍ତ କ୍ଲିନିକାଲ୍ ପରୀକ୍ଷଣ ର ଆବଶ୍ୟକତା ରହିଛି।

ଏହି ଗବେଷଣା ପାଇଁ ୨,୬୦,୦ରୁ ଅଧିକ ପୁରୁଷଙ୍କ ଡାକ୍ତରୀ ରେକର୍ଡକୁ ବ୍ରାଉର ଏବଂ ତାଙ୍କ ସହକର୍ମୀମାନେ ବିଶ୍ଳେଷଣ କରିଥିଲେ, ଯେଉଁମାନେ ଇରେକ୍ଟାଇଲ ଡିସଫଙ୍କସନରେ ପୀଡ଼ିତ ଥିଲେ, ଯଦିଓ ସେମାନଙ୍କ ପାଖରେ ସ୍ମରଣ ଶକ୍ତି ହ୍ରାସର କୌଣସି ପ୍ରମାଣ ନଥିଲା କିମ୍ବା ଚିନ୍ତା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଆଭାନାଫିଲ, ୱାର୍ଡେନାଫିଲ, ଟାଡାଲାଫିଲ ଏବଂ ସିଲଡେନାଫିଲ ଔଷଧ ଖାଉଥିଲେ। ଗବେଷକମାନେ ପୁରୁଷମାନଙ୍କୁ ହାରାହାରି ପାଞ୍ଚ ବର୍ଷ ଧରି ଅନୁସରଣ କରି ଆଲଜାଇମର୍ସର କୌଣସି ନୂତନ ମାମଲା ରେକର୍ଡ କରିଥିଲେ।

ସମଗ୍ର ବିଶ୍ୱରେ ପାଖାପାଖି ୫୫ ନିୟୁତ ଲୋକ ଡିମେନ୍ସିଆ ରୋଗରେ ପୀଡ଼ିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଆଲଜାଇମର୍ସ ରୋଗ ରହିଛି । ମସ୍ତିଷ୍କରୁ ପ୍ରୋଟିନ୍ ସଫା କରୁଥିବା ନୂଆ ଔଷଧ ଏହି ରୋଗକୁ ମନ୍ଥର କରିପାରେ ବୋଲି ପ୍ରମାଣିତ କରିଛି, କିନ୍ତୁ ଔଷଧର ପ୍ରଭାବ ସାମାନ୍ୟ ରହିଛି। ପ୍ରଥମେ ଏନଜାଇନା ଏବଂ ଉଚ୍ଚ ରକ୍ତଚାପ ଚିକିତ୍ସା ପାଇଁ ଭାଇଗ୍ରା ବିକଶିତ କରାଯାଇଥିଲା। ଯେତେବେଳେ ୱେଲ୍ସ ଖଣି କର୍ମଚାରୀମାନେ ମର୍ଥିର ଟାଇଡ୍ଫିଲରେ ଏକ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ ଏବଂ ଏହା ସମ୍ଭୋଗ ପାଇଁ ପୁରୁଷଙ୍କ କ୍ଷେତ୍ରରେ ସହାୟକ, ପରେ ଏହି ଔଷଧ ଇରେକ୍ଟାଇଲ୍ ଡିସଫଙ୍କସନ ବଟିକା ଭାବରେ ଖ୍ୟାତି ଲାଭ କରିଥିଲା।

 

Get real time updates directly on you device, subscribe now.