fbpx
BSKY SKY
BSKY SKY

IND vs SA Series; ବିଶ୍ୱକପ ଅଧିନାୟକଙ୍କୁ ହିଁ ଦଳରେ ଚୟନ କଲାନି ବୋର୍ଡ: ନେତୃତ୍ୱ ନେବେ ନୂଆ ଖେଳାଳି

BSKY

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ଏହି ଗସ୍ତରେ ୩ଟି ଲେଖାଏଁ ଟି-୨୦ ଏବଂ ଦିନିକିଆ ମ୍ୟାଚ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏହି ସିରିଜ ପାଇଁ ଭାରତ ନିଜ ଦଳ ଘୋଷଣା କରି ସାରିଥିବା ବେଳେ ଉଭୟ ଦିନିକିଆ ଏବଂ ଟି-୨୦ରେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ପ୍ରଦାନ କରିଛି ବୋର୍ଡ । ଅଧିନାୟକ ରୋହିତ କେବଳ ଟେଷ୍ଟ ସିରିଜ ପାଇଁ ଉପଲବ୍ଧ ରହିଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ପନ୍ଥା ଆପଣାଇଛି । ଏହି ସିରିଜ ପାଇଁ ବିଶ୍ୱକପ ଅଧିନାୟକ ତେମ୍ବା ବାଭୂମାଙ୍କୁ ହିଁ ଦଳରୁ ବାଦ୍ ଦେଇଛି ସାଉଥ ଆଫ୍ରିକା କ୍ରିକେଟ ବୋର୍ଡ ।

ଭାରତ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ନିଜ ଦଳ ଘୋଷଣା କରିଛି । ତେବେ ଏହି ସିରିଜ ପାଇଁ ଦଳର ଅଧିନାୟକଙ୍କ ପରିବର୍ତ୍ତନ କରିଛି ସାଉଥ ଆଫ୍ରିକା । ବିଶ୍ୱକପ ଅଧିନାୟକ ତେମ୍ବା ବାଭୂମାଙ୍କୁ ସିରିଜରୁ ବାଦ୍ ଦେଇ ଏଡେନ ମାର୍କରମଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ଉଭୟ ଫର୍ମାଟରେ ନୂଆ ଅଧିନାୟକ ଭାବରେ ମାର୍କରମଙ୍କୁ ମିଳିଛି ନେତୃତ୍ୱ । ତେବେ ବିଶ୍ୱକପ ପରେ ବାଭୂମାଙ୍କୁ ବିଶ୍ରାମ ଦିଆଯାଇଥିବା ବୋର୍ଡ ତରଫରୁ ଜାଣିବାକୁ ମିଳିଛି । ତେଣୁ ଭାରତ ବିପକ୍ଷ ସୀମିତ ଓଭର କ୍ରିକେଟରେ ବାଭୂମାଙ୍କ ସ୍ଥାନରେ ଏଡେନ ମାର୍କରମ ଦଳର ନେତୃତ୍ୱ ଗ୍ରହଣ କରିଛନ୍ତି । ଏହାବ୍ୟତୀତ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’ କକ୍ ବିଶ୍ୱକପ ପରେ ହିଁ କ୍ରିକେଟରୁ ବିଦାୟ ନେଇଛନ୍ତି ।

ସୂଚନା ଥାଉ କି, ଡିସେମ୍ବର ୧୦ ତାରିଖରେ ଟି-୨୦ ସିରିଜରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଗସ୍ତ ଆରମ୍ଭ କରିବ ଟିମ ଇଣ୍ଡିଆ । ସିରିଜର ପ୍ରଥମ ଟି-୨୦ ମ୍ୟାଚ ଡର୍ବାନରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଗ୍ୱେକବେରହା ଏବଂ ତୃତୀୟ ମ୍ୟାଚ ଜୋହାନ୍ସବର୍ଗରେ ଖେଳାଯିବାର ସୂଚୀ ରହିଛି । ଏହାପରେ ଡିସେମ୍ବର ୧୭ ତାରିଖରେ ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳାଯିବ, ଦ୍ୱିତୀୟ ମ୍ୟାଚ ଗ୍ୱେକବେରହା ଏବଂ ତୃତୀୟ ମ୍ୟାଚ ପାର୍ଲ ଷ୍ଟାଡିୟମରେ ଖେଳାଯିବ ।

ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାର୍କରମ(ଅଧିନାୟକ), ଓଟନିଏଲ ବାର୍ଟମେନ୍, ମାଥ୍ୟୁ ବ୍ରେଟ୍ଜକେ, ନନ୍ଦ୍ରେ ବର୍ଗର, ଗେରଲ୍ଡ କଏଟଜୀ, ଡୋନୋଭନ ଫରେରା, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ, ହେନରିକ କ୍ଲାସେନ, କେଶବ ମହାରାଜ, ଡାଭିଡ ମିଲର, ଲୁଙ୍ଗି ଏନଗିଡି, ଏଣ୍ଡିଲେ ଫେଲୁକ୍ୱାଓ, ତଭରେଜ ଶାମ୍ସୀ, ଟ୍ରିଷ୍ଟନ ଷ୍ଟବ୍ସ, ଲିଜାଦ ୱିଲିୟମ୍ସ ।

ଦିନିକିଆ ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାର୍କରମ(ଅଧିନାୟକ), ଓଟନିଏଲ ବାର୍ଟମେନ୍, ନନ୍ଦ୍ରେ ବର୍ଗର, ଟୋନି ଡି ଜୋରଜୀ, ରିଜା ହେଣ୍ଡ୍ରିକ୍ସ, ହେନରିକ କ୍ଲାସେନ, କେଶବ ମହାରାଜ, ମିହଲାଲି ମପୋଙ୍ଗୱାନା, ଡାଭିଡ ମିଲର, ଭିୟାନ୍ ମୁଲ୍ଡର, ଏଣ୍ଡିଲେ ଫେଲୁକ୍ୱାଓ, ରାସି ଭାନ୍ ଡର ହୁସେନ୍, କାଇଲ ବେରିନ ଏବଂ ଲିଜାଦ ୱିଲିୟମ୍ସ ।

Get real time updates directly on you device, subscribe now.