fbpx

ଅର୍ଦ୍ଧନଗ୍ନ- ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ଶବ, ବଳତ୍କାର ପରେ ହତ୍ୟାର ଆଶଙ୍କା

ହମୀରପୁର : ଉତ୍ତର ପ୍ରଦେଶ ହମୀରପୁର ଜିଲ୍ଲାରେ କାଠ ହାଣିବାକୁ ଯାଇଥିବା ମହିଳାଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଶବ ଉଦ୍ଧାର କରାଯଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପରିବାର ସଦସ୍ୟ ଦୁଷ୍କର୍ମ କରିବା ପରେ ହତ୍ୟା କରାଯିବା ନେଇ ଅଭିଯୋଗ ଆଣିଛନ୍ତି ।

ଘଟଣାଟି ହରିପୁର ଜିଲ୍ଲା ମଝ ଗାଁ ଥାନା ଅନ୍ତର୍ଗତ ଝିନ୍ତ୍ରାବୀରା ଗାଁରେ ଘଟିଛି । ମହିଳା ଜଣକ କାଠ ହାଣିବା ପାଇଁ ଜଙ୍ଗଲ ଯାଇଥିଲେ । ସନ୍ଧ୍ୟାରେ ଘରକୁ ନଫେରିବା ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ପୋଲିସକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ସୋମବାର ଦିନ ସକାଳୁ ବହୁ ସମୟ ଧରି ଖୋଜା ଖୋଜି ଚାଲିଥିଲା । କିଛି ସମୟ ପରେ ଗାଁର ଧନପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କୁ ରକ୍ତାକ୍ତ ଶବ ପଡ଼ିଥିବାର ଦେଖିଥିଲେ । ପରେ ପୋଲିସ ଦୀର୍ଘ ୨୪ ଘଣ୍ଟା ପରେ ମହିଳାଙ୍କ ଅର୍ଦ୍ଧନଗ୍ନ ରକ୍ତାକ୍ତ ଶରୀରକୁ ଉଦ୍ଧାର କରିଥିଲା । ଏହାକୁ ନେଇ ପରିବାର ସଦସ୍ୟ ଅଭିଯୋଗ ଆଣିଛନ୍ତି ଯେ, ମୃତ ମହିଳାଙ୍କୁ ପ୍ରଥମେ ବଳତ୍କାର କରାଯାଇଛି ପରେ ହତ୍ୟା କରାଯାଇଛି ।

ମହିଳାଙ୍କ ଶବ ଅର୍ଦ୍ଧନଗ୍ନ ଏବଂ ଶରୀରରେ ବିଭିନ୍ନ ପ୍ରକାର ଗମ୍ଭୀର ଦାଗ ଥିବାରୁ ପରିବାର ଲୋକେ ବଳତ୍କାର ହତ୍ୟାର ଅଭିଯୋଗ ଆଣିଛନ୍ତି । ମୃତ ମହିଳାଙ୍କ ସ୍ୱାମୀ ଚାଷ କରିବା ସହ ମଜୁରୀ କାମ କରନ୍ତି । ଏହାସହ ତାଙ୍କର ୧୫ ଏବଂ ୧୦ବର୍ଷିୟ ପୁତ୍ର ଅଛନ୍ତି । ଏଏସପି ଅନୁପ ସିଂହ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ଖୁବ ଶିଘ୍ର କରାଯିବ ।

Get real time updates directly on you device, subscribe now.