(World Brain Day): ମଣିଷ ଶୋଇବା ପରେ କ’ଣ କରୁଥାଏ ମସ୍ତିଷ୍କ! ବିନା ଅମ୍ଲଜାନରେ ବି ମସ୍ତିଷ୍କ ୬ ମିନିଟ ବଞ୍ଚିପାରିବ..

ଓଡିଶା ଭାସ୍କର: ପ୍ରତିବର୍ଷ ୨୨ ଜୁଲାଇକୁ ବିଶ୍ୱ ମସ୍ତିଷ୍କ ଦିବସ ରୂପରେ ପାଳନ କରାଯାଏ । ମସ୍ତିଷ୍କ ମାନବ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଦୁନିଆର ପ୍ରସିଦ୍ଧ ନ୍ୟୁରୋଲୋଜିଷ୍ଟ ବର୍ତ୍ତମାନ ସମୟରେ ବି ମସ୍ତିଷ୍କ ସହ ଜଡିତ ଅନେକ ରହସ୍ୟ ଉପରେ ଅନୁସନ୍ଧାନ କରୁଛନ୍ତି । କୁହାଯାଏ, ମଣିଷର ମସ୍ତିଷ୍କ କମ୍ପ୍ୟୁଟରଠୁ ବି ଅଧିକ ତୀବ୍ରଗତିରେ ଚାଲେ । ମସିଷ୍କକୁ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ସାଧାରଣ ଲୋକଟିଏ ନିଜ ମସ୍ତିଷ୍କର ମାତ୍ର ୨ ରୁ ୩ ପ୍ରତିଶତର ବ୍ୟବହାର କରେ ।

ଡାକ୍ତରଙ୍କ କହିବାନୁସାରେ, ମଣିଷକୁ ସୁସ୍ଥ ଓ ସବଳ ରହିବା ସହ ଊର୍ଜା ପ୍ରାପ୍ତି ପାଇଁ ଯଥେଷ୍ଟ ନିଦ୍ରାର ଆବଶ୍ୟକତା ଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ପ୍ରାୟ ୮ ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ । ଯେତେବେଳେ ମଣିଷ ଶୋଇପଡେ, ସେହିସମୟରେ ମସ୍ତିଷ୍କ ଖରାପ ଜିନିଷକୁ ବାହାର କରିଥାଏ । ବୈଜ୍ଞାନିକଙ୍କ ରିସର୍ଚ୍ଚ କୁହେ, ରାତିରେ ମଣିଷ ଶୋଇଥିବା ସମୟରେ ତାହାର ମସ୍ତିଷ୍କ ସଫା ହେବାର କାର୍ଯ୍ୟ କରୁଥାଏ; ମାନେ ମସ୍ତିଷ୍କରେ କିଛି ବି ଖରାପ ଜିନିଷ ନ ଥାଏ । ଶୋଇବା ସମୟରେ ମସ୍ତିଷ୍କ ନ୍ୟୁରନ୍ସଙ୍କୁ ବ୍ୟବସ୍ଥିତ କରେ । ଏହା ଶୋଇବା ସମୟରେ ମଣିଷର ଚିନ୍ତାକୁ ମଧ୍ୟ ଦୂରେ କରେ ।

ମଣିଷର ମସ୍ତିଷ୍କ ବିନା ଅମ୍ଲଜାନରେ ବି ୬ ମିନିଟ ପର୍ଯ୍ୟନ୍ତ କାମ କରିପାରିବ । କାରଣ ଜଣେ ସାଧାରଣ ମଣିଷ ଦିନକୁ ପ୍ରାୟ ୨ ୦ ହଜାର ଥର ଆଖି ଖୋଲିକି ବନ୍ଦ କରେ । ଏହି ହିସାବରେ ଦେଖିବାକୁ ଗଲେ ୩୦ ମିନିଟ ପର୍ଯ୍ୟନ୍ତ ଅନ୍ଧାରରେ ମଣିଷ ଥାଏ । ମାତ୍ର, ୬ ମିନିଟରୁ ଅଧିକ ସମୟ ମଣିଶ ମସ୍ତିଷ୍କକୁ ଯଦି ଅମ୍ଲଜାନ ନ ମିଳେ ତେବେ ତାହା ଡେମେଜ ହୋଇଯିବ । ଜଣେ ସାଧାରଣ ମଣିଷର ମସ୍ତିଷ୍କ ପ୍ରାୟ ୧ ପାଉଣ୍ଡ ବା ୧ କିଲୋଗ୍ରାମ ୫୦୦ ଗ୍ରାମ ଓଜନର ହୋଇଥାଏ । ମସ୍ତିଷ୍କରେ ୭୫ ପ୍ରତିଶତ ପାଣି, ୧୦ ପ୍ରତିଶତ ଫୈଟ ଓ ୮ ପ୍ରତିଶତ ପ୍ରୋଟିନ ଥାଏ ।

Get real time updates directly on you device, subscribe now.