fbpx
BSKY
BJD MC SKY
BJD YOUTH SKY

(Video) କନିଆଁ ବିଦା ବେଳେ କାନ୍ଦିଲା ବର, ସାଙ୍ଗମାନେ ଦେଲେ ସାହସ

ନୂଆଦିଲ୍ଲୀ :  ବିବାହ ଜୀବନର ସବୁଠାରୁ ସ୍ମରଣୀୟ ସୃତି ହୋଇଥାଏ । ବିବାହ ପରେ ଦୁଇ ଅଜଣା ବ୍ୟକ୍ତି ନୂଆ ଜୀବନ ଆରମ୍ଭ ରିଥାନ୍ତି । ତେଣୁ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ କରିଥାନ୍ତି । ବିବାହ ସମୟରେ ଯେଉଁ ରିତି ନିତି ହୁଏ ସେ ସବୁରେ ମଧ୍ୟ ପରିବାର ଲୋକ ହସମଜାରରେ କରିଥାନ୍ତି । ସମ୍ପୂର୍ଣ୍ଣ ବିବାହ ଉତ୍ସବରେ ସବୁ ଲୋକଙ୍କ ମୁହଁରେ ସହ ଦେଖା ଦେଇଥାଏ । କିନ୍ତୁ ଗୋଟିଏ ସମୟରେ କନିଆଁ ନିଜେ କାନ୍ଦିଥାଏ ସେହି ସମୟ ହେଉଛି ଯେତେବେଳେ ଝିଅ ବିଦା ହୋଇଥାଏ । କିନ୍ତୁ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ଝିଅ ବଦଳରେ ଏଠାରେ ବର କାନ୍ଦୁଛି ।

ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ବିବାହ ପରେ କନିଆଁ ବିଦା ହେବା ସମୟରେ କନିଆଁ ବରର ହାତ ଧରିଛି କନିଆଁ ବରକୁ ନେଇ ଯାଉଛି । ଏହା ପରେ ବରର ସାଙ୍ଗମାନେ ତାଙ୍କୁ ଆଶ୍ୱାସନା ଦେଉଛନ୍ତି । ଏହା ଦେଖିବା ପରେ କନିଆଁ ହସୁଛି । ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ମାଇକ୍ରୋ ବ୍ଳଗଇନ ପ୍ଲାଟଫର୍ମରେ ଏହାକୁ ସେୟାର କରାଯାଇଛି । ଏହି ଭିଡିଓର କ୍ୟପସନରେ ଲେଖା ହୋଇଛି ଏହା ଆଗକୁ ହେବାକୁ ଥିବା ସତ ଘଟଣା । ଏହାକୁ ୬୦ ହଜାରରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ଏହାକୁ ଦେଖିବା ପରେ ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି ଏହି ଦିନ ବେଶି ଦୂର ନୁହେଁ ।

Get real time updates directly on you device, subscribe now.