fbpx

ହୋଲିରେ ଅଶାନ୍ତ ହେଲା ରାଜଧାନୀ; ବୁଲିଲା ଖଣ୍ଡା ଭୁଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ହୋଲିରେ ଅଶାନ୍ତ ହେଲା ରାଜଧାନୀର ନୟାପଲ୍ଲୀ ଗଡ଼ସାହି । ଏତେ ସୁ୍ରକ୍ଷା ସତ୍ତ୍ୱେ ମାତିଲେ ଅସାମାଜିକ ଯୁବଗୋଷ୍ଠୀ । ବୁଲାଇଲେ ଖଣ୍ଡା ଭୁଜାଲି ଆଉ କଲେ ଗୋଡେଇ ଗୋଡେଇ ଆକ୍ରମଣ । କାର ଭଙ୍ଗାରୁଜା ସହ ବାଇକ ଭାଙ୍ଗି ଖେଳାଇଲେ ଆତଙ୍କରାଜ । ଆଜି ଏହି ଅପରାଧ ଅପରାହ୍ନ ସମୟରେ ହୋଇଥିବା ବେଳେ ଏ ନେଇ ନୟାପଲ୍ଲୀ ଥାନାରେ ହୋଇଛି ୫ଟି ଅଭିଯୋଗ ରୁଜୁ ।

ଅଭିଯୋଗ କାରୀଙ୍କ ସୁଚନା ମୁତାବକ ଦିନ ପ୍ରାୟ ୪ଟା ସମୟରେ KBN ଗ୍ୟାଙ୍ଗ ରକିଛି ଅସାମାଜିକ ଯୁବକ ଖଣ୍ଡା ଭୁଜାଲି ଧରି ନୟାପଲ୍ଲୀ ବ୍ରିଟ କଲୋନି ପଟୁ ପଶିଥିଲେ । ପରେ ନୟାପଲ୍ଲୀ ଗଡ଼ ସାହି ପରେ ଏକ ପାର୍ଟି ଅଫିସ ସାମ୍ନା ଦେଇ ଯିବା ପରେ ପୋଖରୀ ପର୍ଯ୍ୟନ୍ତ ଆତଙ୍କ ଖେଳାଇ ଚାଲିଲେ । ରାସ୍ତାରେ ଯିବା ସମୟରେ ଯାହାକୁ ପାରିଲେ ଆକ୍ରମଣ କଲେ । ଯିଏ ଅବରୋଧ କଲେ ତାକୁ ହାଣି ରକ୍ତାକ୍ତ କଲେ । ଫଳରେ ଯିଏ ଦେଖିଲେ ଘରେ ଲୁଚିଲେ ।

ଏପରିକି କିଛି ଯୁବକକୁ ମଧ୍ୟ ଗୋଡେଇ ଆକ୍ରମଣ ସହ ଘରେ ପଶି ଭଙ୍ଗାରୁଜା ଓ ଆକ୍ରମଣ କରିଥିଲେ । ଏନେଇ ପ୍ରାୟ ୬ରୁ ୭ଜଣ ପୁରୁଷ ମହିଳା ଓ ଯୁବକ ଆହାତ ହୋଇଥିବା ବେଳେ କାର ଗୋଟିଏ ବାଇକ ଗୋଟିଏ କିଛି ଘରର କବାଟ ଭାଙ୍ଗି ଗୁଣ୍ଡ କରିଛନ୍ତି । ଏନେଇ‌ ଆହାତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଚିକିତ୍ସିତ ସହ ଆଉ କିଛି ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.