fbpx

‘ପଞ୍ଚାୟତ-୩’ରେ ବଡ଼ ଟ୍ଵିଷ୍ଟ୍; ଫୁଲେରାରେ ଏଣ୍ଟ୍ରି କରିବେ ନୂଆ ସଚିବ, ଜାଣନ୍ତୁ ତ୍ରିପାଠୀଙ୍କ ସ୍ଥାନ ନେବ କିଏ?

ମୁମ୍ଵାଇ: ଓଟିଟିର ସବୁଠାରୁ ଲୋକପ୍ରିୟ ଧାରାବାହିକ ହେଉଛି ‘ପଞ୍ଚାୟତ’। ଏକ ଛୋଟ ଗାଁ ଉପରେ ଆଧାରିତ ଏହି ଧାରାବାହିକରେ ହାସ୍ୟ, ନାଟକ ଏବଂ ଭାବନା ମଧ୍ୟ ରହିଛି । ଏହାର ପ୍ରଥମ ସିଜିନ୍ ୨୦୨୦ରେ ଆସିଥିଲା ଏବଂ ବହୁତ ହିଟ୍ ହୋଇଥିଲା । ୨୦୨୨ମସିହାରେ ‘ପଞ୍ଚାୟତ’ର ଦ୍ବିତୀୟ ସିଜିନ୍ ଆସିଥିଲା ଏବଂ ଏହାକୁ ଦର୍ଶକଙ୍କ ବହୁତ ଭଲ ପାଇବା ମଧ୍ୟ ମିଳିଥିଲା। ଏଥିସହିତ ପ୍ରଶଂସକମାନେ ‘ପଞ୍ଚାୟତ’ର ତୃତୀୟ ସିଜିନ୍ କୁ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଖୁବଶୀଘ୍ର ଏହି ସୋ’ ପ୍ରସାରିତ ହେବ ବୋଲି ଆଶା କରାଯାଉଛି। ନିକଟରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଏକ ଇଭେଣ୍ଟରେ ‘ପଞ୍ଚାୟତ’ର ସିଜିନ୍ ୩ର ଟିଜରର ଝଲକ ରିଲିଜ୍ କରିଥିଲା ଯାହାକୁ ଖୁବ୍ ପସନ୍ଦ କରାଯାଇଥିଲା। ଏହି ସମୟରେ ଏହି ସୋ’ର ଏକ ରୋଚକ କାହାଣୀ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ‘ପଞ୍ଚାୟତ’ ‘ଗଜବ ବେଜତି ହୈ’ର ପ୍ରଥମ ସିଜନର ସଂଳାପ ଖୁବ୍ ଲୋକପ୍ରିୟ ହେବା ସହ ଏହାକୁ ନେଇ ମିମ୍ସ୍ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଲୋକମାନେ ଏହି ମିମ୍ କୁ ସୋ’ରେ ଆସିଫ୍ ଖାନ୍ ଙ୍କ ଦ୍ୱାରା ଅଭିନୟ କରିଥିବା ଗଣେଶଙ୍କ ଆଇକନିକ୍ ଚରିତ୍ର ସହିତ ଯୋଡ଼ିଛନ୍ତି। ତେବେ ସୋ’ରେ ସେ ଏହି ଡାଏଲଗ୍ କଥା କହିନଥିଲେ। ଏବେ ବଲିଉଡ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ଆସିଫ ଖାନ ପୁଣି ଥରେ ଗଣେଶ ଭୂମିକାରେ ପଞ୍ଚାୟତ-୩କୁ ଫେରୁଛନ୍ତି କିନ୍ତୁ ଏଥର ତାଙ୍କୁ କ୍ୟାମିଓରେ ନୁହେଁ ବରଂ ଏକ ପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ, ‘ପଞ୍ଚାୟତ’ର ସିଜିନ୍ ୩ରେ ଆସିଫ୍ ଖାନ୍ କେବଳ ଗଣେଶ ଭୂମିକାରେ ଶୋ’ରେ ଫେରିବେ ନାହିଁ, ବରଂ ଜିତେନ୍ଦ୍ର କୁମାରଙ୍କ ଚରିତ୍ର ଅଭିଷେକ ତ୍ରିପାଠୀଙ୍କ ସ୍ଥାନରେ ଫୁଲେରା ଗ୍ରାମ ପଞ୍ଚାୟତର ‘ସଚିବ’ ଭାବେ ନଜର ଆସିବେ।

ପ୍ରଶଂସକମାନେ ‘ପଞ୍ଚାୟତ’ର ତୃତୀୟ ସିଜନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ନିର୍ମାତା ଏପର୍ଯ୍ୟନ୍ତ ଏହାର ରିଲିଜ୍ ତାରିଖ ଘୋଷଣା କରିନାହାନ୍ତି। ତେବେ ‘ପଞ୍ଚାୟତ’ ୩ର ଟିଜର ଓ ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ । ତେବେ ଖୁବଶୀଘ୍ର ଏହି ସିରିଜକୁ ଓଟିଟିରେ ପ୍ରସାରିତ କରାଯିବ ବୋଲି ଆଶା କରାଯାଉଛି । ଏବେ ଏହି ନୂଆ ଟ୍ୱିଷ୍ଟ ଶୋ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢାଇଦେଇଛି ।

 

Get real time updates directly on you device, subscribe now.