fbpx

ଆଜି ୪ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ଦେବେନି ଶ୍ରୀ ଜଗନ୍ନାଥ: ବନକଲାଗି ନୀତିରେ ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବନକଲାଗି ନୀତି । ତେଣୁ ୩ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ୩ ଘଣ୍ଟା ପର୍ୟ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ତେଣୁ ଏହି ୪ ଘଣ୍ଟା ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ୟବସ୍ଥା ପନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Get real time updates directly on you device, subscribe now.