fbpx

ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାଗ ନେବ ସାଉଦୀ ଆରବ, ରାଜ୍ୟ ପ୍ରତିନିଧିତ୍ୱ କରିବେ ଏହି ମଡେଲ

ନୂଆଦିଲ୍ଲୀ: ସାଉଦୀ ଆରବ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛି । ଏହା ଇସଲାମିକ ଦେଶ ପାଇଁ ଏକ ଐତିହାସିକ ଘଟଣା ହେବ । ଭେଟେରାନ୍ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱ ରୁମି ଅଲକାହତାନୀ(Rumi Alqahtani) ଦେଶର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ ଏହି ପ୍ରତିଯୋଗିତାରେ ରାଜ୍ୟର ପ୍ରତିନିଧିତ୍ୱ କରିବେ ।

ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ରାଜ୍ୟର ପ୍ରତିନିଧିତ୍ୱ କରିବା ନେଇ ରୁମି ଅଲକାହତାନୀ ଇନଷ୍ଟାଗ୍ରାମରେ ଅରବୀ ଭାଷାରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମିସ୍ ୟୁନିଭର୍ସ ୨୦୨୪ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାରୁ ମୁଁ ସମ୍ମାନିତ ଅନୁଭବ କରୁଛି । ସାଉଦୀ ଆରବ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛି ।’ କହିରଖୁଛୁ ରିୟାଦରେ ଜନ୍ମିତ ଅଲକାହତାନୀ ପୂର୍ବରୁ ଅନେକ ବିଶ୍ୱ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ନିକଟରେ ସେ ମାଲେସିଆରେ ମିସ୍ ଆଣ୍ଡ୍ ମିସେସ୍ ଗ୍ଲୋବାଲ ଏସିୟାନ୍ ମୁକୁଟ ପିନ୍ଧିଥିଲେ ।

Get real time updates directly on you device, subscribe now.