fbpx

Big Breaking; ଭୟଙ୍କର ନିଆଁରେ ଜଳୁଛି ଟ୍ରେନ: କାରିସାଥରେ ଏସି ବଗିରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସକାଳୁ ସକାଳୁ ଆସିଲା ଆଉ ଏକ ବଡ଼ ଖବର । ଆରାର କାରିସାଥ ଅଞ୍ଚଳରେ ଅଚାନକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଯାଇଛି । ହଜାର ହଜାର ଯାତ୍ରୀଙ୍କୁ ନେଇ ଯାଉଥିବା ଲୋକମାନ୍ୟ ତିଲକ ସ୍ପେଶାଲ ଟ୍ରେନର ଏସି ବଗିରେ ନିଆଁ ଲାଗିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ବଗିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ତେବେ ଏଥିପାଇଁ ରେଲୱେ ପକ୍ଷରୁ ହେଲପ ଲାଇନ ନମ୍ବର ଜାରି କରାଯାଇଛି । ଏହାଦ୍ୱାରା ଯାତ୍ରୀ ବା ପରିବାର ଲୋକେ ସମସ୍ତ ତଥ୍ୟ ପାଇପାରିବେ ।

ଟ୍ରେନରେ ଅଗ୍ନିକାଣ୍ଡ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ବିଷୟରେ ଜଣା ପଡ଼ିନାହିଁ । ତେବେ ହୋଲି ଯୋଗୁଁ ଅଧିକ ଲୋକ ଯାତ୍ରା କରୁ ନଥିବାରୁ ମୃତାହତ ଖବର ମିଳିନାହିଁ । ରେଲୱେ ପକ୍ଷରୁ ଦାନାପୁର, ଆରା ଏବଂ ବକ୍ସର ପାଇଁ ହେଲପଲାଇନ ଜାରି କରାଯାଇଛି ।

ଦାନାପୁର ହେଲପଲାଇନ ନମ୍ବର- ୦୬୧୧୫୨୩୨୪୦୧
ଆରା ହେଲ୍ପ ଲାଇନ୍ ନମ୍ବର- ୯୩୪୧୫୦୫୯୮୧
ବକ୍ସର ହେଲ୍ପଲାଇନ୍ ନମ୍ବର- ୯୩୪୧୫୦୫୯୭୨

ସୂଚନା ଅନୁସାରେ, ଟ୍ରେନରେ ନିଆଁ ଲାଗିବା ପରେ ରେଲୱେ ଷ୍ଟେସନରୁ ଯାତ୍ରା କରିବାକୁ ଥିବା ଅନେକ ଟ୍ରେନ ଚାଳନା ବାଧାପ୍ରାପ୍ତ ହୋଇଛି । ଫଳରେ କିଛି ଟ୍ରେନକୁ ଡାଇଭର୍ଟ କରାଯାଇଛି । ତେବେ ରିପୋର୍ଟ ଅନୁସାରେ, ଦାନାପୁରରୁ ମୁମ୍ବାଇ ଯାଉଥିବା ସ୍ପେଶାଲ ଟ୍ରେନରେ ଅଚାନକ ସର୍ଟ ସର୍କିଟ ହେବା ସହ ଟ୍ରେନର ଏସି ବଗିରେ ନିଆଁ ଲାଗିଯାଇଛି । ଏ ନେଇ ତୁରନ୍ତ ରେଲୱେ ବିଭାଗକୁ ଦିଆଯିବା ପରେ ନିଆଁରେ ଆୟତ୍ତ କରାଯାଇଛି । ତେବେ ଏହି ଅଘଟଣରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି । ତେବେ ଦୁର୍ଘଟଣା ପାଇଁ ଡାଉନ ଲାଇନରେ ରେଳ ପରିଚାଳନା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.