fbpx

Vastu Tips: ଭୁଲରେ ବି ମାଗଣାରେ ନିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ବାସ୍ତୁ ଶାସ୍ତ୍ର ଶକ୍ତି ଉପରେ ଆଧାରିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆର୍ଥିକ ସ୍ଥିତିରେ ସୁଧାର ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଅନେକ ନିୟମ ରହିଛି । ଏହି ନିୟମଗୁଡ଼ିକର ପାଳନ କରିବା ଦ୍ୱାରା ଜୀବନରେ ପ୍ରଗତିର ମାର୍ଗ ଖୋଲିବା ସହ ସଫଳତା ପ୍ରାପ୍ତ ହୋଇଥାଏ । ଅପରପକ୍ଷରେ ଏହି ନିୟମ ନ ମାନିଲେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବାସ୍ତୁ ଅନୁଯାୟୀ ଏମିତି କିଛି ଜିନିଷ ଅଛି ଯାହା ମାଗଣାରେ କାହାଠାରୁ ନେବା ଉଚିତ ନୁହେଁ । ଏହା ଦ୍ୱାରା ଜୀବନରେ ଦରିଦ୍ରତା ଦେଖାଦେଇଥାଏ ।

୧. ଲୁଣ: ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ଲୁଣର ସମ୍ପର୍କ ଶନି ଦେବଙ୍କ ସହ ଜଡ଼ିତ । ମାନ୍ୟତା ରହିଛି ଯେ କାହା ଠାରୁ ମାଗଣାରେ ଲୁଣ ନେଇ ଏହାର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ଉପରେ ଋଣର ବୋଝ ବଢ଼ିଥାଏ । ଏହା ସହ ବ୍ୟକ୍ତି ଜଣଙ୍କ ଆର୍ଥିକ, ମାନସିକ ଏବଂ ଶାରୀରିକ ଭାବରେ ଚିନ୍ତାଗ୍ରସ୍ତ ରହିଥାଏ ।

୨. ରୁମାଲ: ମାଗଣାରେ କାହା ଠାରୁ ରୁମାଲ ନେଇ ବ୍ୟବହାର କରିବା ଆପଣଙ୍କ ଉପରେ ଭାରି ପଡ଼ିପାରେ । ଏହା ଦ୍ୱାରା ଆପଣଙ୍କ ଏବଂ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ତିକ୍ତତା ଦେଖାଯାଇଥାଏ । ପାରିବାରିକ ସମ୍ପର୍କ ବିଗିଡ଼ିବା ସହ ସବୁବେଳେ ଝଗଡ଼ା ଓ ମନମାଳିନ୍ୟ ବୃଦ୍ଧି ପାଇଥାଏ । ତେଣୁ ସମ୍ପର୍କରୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ କାହା ଠାରୁ ମାଗଣାରେ ରୁମାଲ ବ୍ୟବହାର କରନ୍ତୁ ନାହିଁ ।

୩. ଲୁହା: ଲୁହାର ସମ୍ପର୍କ ଶନି ଦେବଙ୍କ ସହ ଜଡ଼ିତ । ଅନ୍ୟ ଠାରୁ ଲୁହାରେ ନିର୍ମିତ ଜିନିଷର ବ୍ୟବହାର କରିଲେ ଜୀବନରେ ଦରିଦ୍ରତା, ସଙ୍କଟ ଏବଂ ଚିନ୍ତା ବୃଦ୍ଧି ପାଇଥାଏ । ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ଜୀବନରୁ ଆର୍ଥିକ ସଂକଟ ଦୂରେଇ ନଥାଏ ।

୪. ଛୁଞ୍ଚି: ମାଗଣାରେ ଛୁଞ୍ଚି ନେବା ଦ୍ୱାରା ବୈବାହିକ ଜୀବନ ତଥା ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଜୀବନରେ ନକାରାତ୍ମକ ଶକ୍ତି ବଢ଼ିଥାଏ । ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ସବୁବେଳେ ନିଜେ ଛୁଞ୍ଚି କିଣି ବ୍ୟବହାର କରନ୍ତୁ ।

୫. ତେଲ: ତେଲର ସମ୍ପର୍କ ଶନି ଦେବଙ୍କ ସହ ଜଡ଼ିତ । କାହା ଠାରୁ ମାଗଣାରେ ତେଲ ନେବା ଦ୍ୱାରା ଆପଣଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହାର ନକାରାତ୍ମକ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଥାଏ ।

Get real time updates directly on you device, subscribe now.