fbpx
BJD SKY
BJD SKY

ଆନ୍ଦୋଳନରୁ ଓହରିଲା ରାଜଧାନୀ ପରିବା ମହାଜନ ସଂଘ; ଗଜଲକ୍ଷ୍ମୀ ପୂଜା ଯାଏଁ ସ୍ଥଗିତ…

BJD

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆନ୍ଦୋଳନରୁ ଓହରିଲା ରାଜଧାନୀ ପରିବା ମହାଜନ ସଂଘ । ଗଜ ଲକ୍ଷ୍ମୀ ପୂଜା ପଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ସଂଘ । ମହାସଂଘର ଆନ୍ଦୋଳନ ଡାକରା ପରେ ଗତ କାଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ବିଏମ୍‌ସି ଡେପୁଟି କମିଶନର୍ କମିଶନରେଟ୍ ପୋଲିସର ଜୋନ-1 ଏସିପି, ଆଇଆଇସି ଓ ଜେଡିସି ପ୍ରମୁଖ ଉପସ୍ଥିତ ଥିଲେ ।

ମହାସଂଘର ଦାବିଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସେପଟେ ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି । ସେହିପରି ପାର୍ବଣ ଚାଲିଥିବାରୁ ହଠାତ ପରିବାର ବ୍ୟବସାୟ ବନ୍ଦ କଲେ ଜନସାଧାଣ ଲୋକ ଅସୁବିଧାର ସମ୍ମୁଖୀନ ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ୭ଦଫା ଦାବି ଉପରେ ଆଲୋଚନା ହୋଇଛି । ୨୦ ତାରିଖରୁ ବନ୍ଦ ଡାକରା ଦେଇଥିଲା ମହାଜନ ସଙ୍ଘ । ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଛନ୍ତି ରାଜଧାନୀ କଞ୍ଚା ପନି ପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁ ।

Get real time updates directly on you device, subscribe now.