CHARIDHAM

Video: ସାଇକେଲ ଚଳାଉଥିବା ଝିଅ ଉପରେ ମାଡ଼ିଗଲା କାର୍, ଭଗବାନ ବଞ୍ଚାଇଦେଲେ ଜୀବନ

ନୂଆଦିଲ୍ଲୀ: ଗାଁ ମାନଙ୍କରେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ଛୋଟ ପିଲାମାନେ ଦାଣ୍ଡ ଦୁଆରେ ବୁଲୁଥାନ୍ତି। ସେମାନଙ୍କର କୌଣସି କଥା ପ୍ରତି ଭୟ ନଥାଏ। କାରଣ ପାଖରେ ତାଙ୍କର ଘର ରହିଥାଏ। କିନ୍ତୁ ଅନେକ ସମୟରେ ପିଲା ଏବଂ ଘର ଲୋକଙ୍କର ଏହି ଭୁଲ୍ ପାଇଁ ବହୁତ ବଡ ଘଟଣା/ଦୁର୍ଘଟଣା ଘଟିପାରେ। ଯେପରିକି ପିଲାମାନେ ଗାଡି ଆଗକୁ ଚାଲିଯିବା କିମ୍ବା ବୁଲା କୁକୁର ହାବୁଡ଼ରେ ପଡିଯିବା। ତେଣୁ ଯାହାଘରେ ଛୋଟ ପିଲା ଅଛନ୍ତି, ସେମାନେ ସାବଧାନ ହେବାର ଆବଶ୍ୟକତା ଅଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

କଥାରେ ଅଛି ‘ରଖେ ହରି ତ ମାରେ କିଏ’। ଏହି ଭିଡିଓ ମଧ୍ୟ ତାହା ଦେଖିବାକୁ ମିଳିଛି। ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ନିରୀହ କୁନିଝିଅ ଯିଏ ଘର ଆଗରେ ଯାଉଥିବା ରାସ୍ତାରେ ସାଇକେଲ ଚଳାଉଥିଲା। ଶିଶୁର ବୟସ ପ୍ରାୟ ଚାରି କିମ୍ବା ପାଞ୍ଚ ବର୍ଷ ପରି ମନେହୁଏ। ସାଇକେଲ ଚଲାଇବା ସମୟରେ ଏପରି କିଛି ଘଟିଥିଲା ​​ଯାହା ଆପଣଙ୍କୁ ଆଶ୍ଚର‌୍ୟ୍ୟ କରିବ। ପିଲାଟି ସାଇକେଲ ଚଳାଉଥିବା ସମୟରେ ଅନ୍ୟ ପଟରୁ ଏକ କାର ସାମ୍ନାକୁ ଆସିଯାଉଛି ଏବଂ ପିଲାଟି ଉପରେ ଚଢି ଯାଉଛି। କାର ଡ୍ରାଇଭର ଜଣକ ନିଜ ଗାଡି ଉପରେ ନିୟନ୍ତ୍ରଣ ରଖି ପାରି ନଥିଲେ। ଆଉ କାର୍ ଟିର ଆଗ ଚକ ଝିଅଟି ଉପରେ ମାଡି ଯାଇଥିଲା, କିନ୍ତୁ ଦ୍ୱିତୀୟ ଚକ ଏହା ପାଖକୁ ଆସିବା ମାତ୍ରେ କାର ଅଟକି ଯାଇଥିଲା।

ଆଶ୍ଚର୍ଯ୍ୟର କଥା, କାରର ଆଗ ଚକ ଚଢିବା ପରେ ମଧ୍ୟ ଝିଅଟି ଠିଆ ହୋଇଥିଲା। କାର ଅଟକି ଯିବା ମାତ୍ରେ ଝିଅଟି ଉଠି ଚାଲିବା ଆରମ୍ଭ କଲା। ଏହି ଭିଡିଓକୁ ଜଣେ ସୋସିଆଲ ମିଡ଼ିଆ ୟୁଜର ଟୁଇଟରରେ ଭିଡିଓ ସେୟାର କରି ଲେଖିଛନ୍ତି, ‘ଜାକୋ ରାଖେ ସାଇୟାନ୍ ମାର୍ ସେକ୍ ନା କୋଇ’।