ଭୁବନେଶ୍ୱର: ଓଡିଶା ବଜେଟ ୨୦୨୫-୨୬ ଉପସ୍ଥାପନ ସମୟରେ ରାଜ୍ୟ ସରକାର କନ୍ୟା ବିବାହ ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସରକାର ଗରିବ ବାପା ମାନଙ୍କର ଝିଅକୁ ବିବାହ କରିବେ। ଏଥିପାଇଁ ୧୨ କୋଟିର ବ୍ୟୟବରାଦ ରହିଛି। ଏହି ଯୋଜନାକୁ ବିରୋଧୀ ଦଳ ବିଧାୟକ ପରୋକ୍ଷରେ ପ୍ରଶଂସା। କରିଥିବା ବେଳେ କମ ବ୍ୟୟବରାଦ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ତେବେ ଆବଶ୍ୟକ ବ୍ୟକ ହେଲେ ଏହି ଯୋଜନା ବାବଦରେ ସପ୍ଲିମେଣ୍ଟାରୀ ବଜେଟ୍ରେ ବ୍ୟୟବରାଦ ବଢ଼ିପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ସାମୂହିକ ବିବାହ ଆୟୋଜନ କରାଯିବ। ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାଦ୍ଵାରା ଓଡ଼ିଶାର ଗରିବ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ‘ଶ୍ରୀଜଗନ୍ନାଥ ଦର୍ଶ ନ ଯୋଜନା’ ନୂଆ ଭାବେ ଆରମ୍ଭ କରାଯିବ। ଏହି ଯୋଜନାରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରୁ ଶ୍ରୀଜଗନ୍ନାଥ ଦର୍ଶନ ସ୍ବତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସିବେ।
ଶ୍ରୀଜଗନ୍ନାଥ ମହା ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ। ‘ଶ୍ରୀ ଜଗନ୍ନାଥ ଦର୍ଶନ’ ନୂଆ ଯୋଜନା ବାବଦରେ ୩୦ କୋଟି ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ଆବଶ୍ୟକ ହେଲେ ଅଧିକ ଖର୍ଚ୍ଚ କରାଯିବ। ଯେଉଁମାନେ ଅର୍ଥାଭାବରୁ ଜଗନ୍ନାଥ ଦର୍ଶନ ପାଇଁ ଯାଇପାରୁନଥିବେ, ସେମାନଙ୍କ ଅଭିଳାଶ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ବଜେଟ୍ ଆଲୋଚନା ବେଳେ କହିଛନ୍ତି।