fbpx

ସୋରଡା ଏନଏସିର ଉନ୍ନତିକରଣ ପାଇଁ ମୋଟ ୩୭ଟି ପ୍ରକଳ୍ପକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସୋରଡା : ସୋରଡା ସହରର ବିକାଶ ଲାଗି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ଫ୍ଲାଗସିପ ସ୍କିମ ମୁକ୍ତା ଯୋଜନା ଅଧୀନରେ ସୋରଡା ଏନଏସିକୁ ଏକକୋଟି ସତାନବେ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଭିଡିଓ କନଫେରେନ୍ସ ମାଧ୍ୟମରେ ସେ ଏହାକୁ ଘୋଷଣା କରିଛନ୍ତି। ସହରର ୧୧ ଟି ୱାର୍ଡରେ ୮ ଟି ଡ୍ରେନ, ୨୦ ଗୋଟି ପାଦଚଲା ଟ୍ରାକ, ୯ଟା ଖୋଲାସ୍ଥାନ ଉନ୍ନତିକରଣ ପାଇଁ ମୋଟ ୩୭ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ।

ଅପରାହ୍ନ ୪ଟାରେ ବ୍ଲକ ଅଫିସ କନଫେରେନ୍ସ ଗୃହରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଭିଡିଓ କନଫେରେନ୍ସ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ଉପାଧ୍ୟକ୍ଷା ଭାଗ୍ୟଲତା ଡାକୁଆ, ମୁକ୍ତା ସଂଯୋଜକ ଯତୀନ୍ଦ୍ର ତ୍ରିପାଠୀ ସମେତ ସମସ୍ତ କାଉନସିଲର, ମହିଳା ଗୋଷ୍ଠୀ, ଏନଏସି କର୍ମଚାରୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

Get real time updates directly on you device, subscribe now.