fbpx
BJD SKY
BJD SKY

ରାୟଗଡ଼ା ଜିଲ୍ଲାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଜିଲ୍ଲାରେ ‘ଆମ ଓଡ଼ିଶା– ନବୀନ ଓଡ଼ିଶା’ ଯୋଜନା ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ଏହି ଯୋଜନାରେ ୯୧ କୋଟି ଟଙ୍କା ବ୍ୟୟରେ ୨ ହଜାର ୬୧୩ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି । ଜିଲ୍ଲାର ବିଷମ କଟକ, ରାୟଗଡ଼ା ଓ ଗୁଣପୁର ନିର୍ବାଚନ ମଣ୍ଡଳୀର ୧୧ଟି ବ୍ଲକରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି ।

ସେହିଭଳି ମୁନିଗୁଡ଼ା ବ୍ଲକର ମୁନିଗୁଡ଼ା ମହାବିଦ୍ୟାଳୟ ପଡ଼ିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହିଭଳି ଝାରସୁଗୁଡ଼ା ଜିଲ୍ଲାରେ ଆଜି ଅପରାହ୍ନରେ ୩୯ କୋଟି ଟଙ୍କା ବ୍ୟୟରେ ୯୫୭ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.