fbpx

ଦୁର୍ଘଟଣାଟି ମନୁଷ୍ୟକୃତ ତ୍ରୁଟି ନା ସିଗନାଲ ତ୍ରୁଟି ଏହାର କାରଣ : ମୃତ୍ୟୁ ସଂଖ୍ୟା ୧୪ ନୁହେଁ ୧୩

ଭୁବନେଶ୍ୱର : ଆନ୍ଧ୍ର-ଓଡିଶା ସୀମାରେ ହୋଇଥିବା ରେଳ ଦୁର୍ଘଟଣାର ପ୍ରାଥମିକ ତଦନ୍ତର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରୁ ଜଣାପଡିଛି ଯେ, ଏହି ଦୁର୍ଘଟଣାରେ ରାୟଗଡା-ବିଶାଖାପାଟଣା ଟ୍ରେନର ଲୋକୋ ପାଇଲଟର ତ୍ରୁଟି ରହିଛି ।

ତେବେ ତଦନ୍ତରୁ ଜଣାପଡିଛି ଯେ, ପଲାସା ପାସେଞ୍ଜର ଟ୍ରେନଟି ରେଡ ସିଗନାଲ ପାଇ ଟ୍ରାକ ଉପରେ ଅଟକିଥିଲା । ଅନ୍ୟପଟେ ରାୟଗଡ଼ା- ବିଶାଖାପାଟଣା ପାସେଞ୍ଜରକୁ ମଧ୍ୟ ରେଡ ସିଗନାଲ ଦିଆଯାଇଥିଲା। କିନ୍ତୁ ରାୟଗଡ଼ା ଲୋକୋ ପାଇଲଟ ରେଡ ସିଗନାଲକୁ ଅଣଦେଖା କରି ଟ୍ରେନଟି ଦ୍ରୁତ ଗତିରେ ଆସି ପଲାସା ପାସେଞ୍ଜରକୁ ପିଟିଥିଲା । ଏ ନେଇ ସ୍ଥାନୀୟ ଗଣମାଧ୍ୟମରେ ବିଜୟନଗରମ ପ୍ରଶାସନ ସୂଚନା ଦେଇଛନ୍ତି ।

କିଛି ସମୟ ପୂର୍ବରୁ ଟ୍ରେନ ଦୁର୍ଘଟାଣରେ ୧୪ ଜଣ ମୃତ୍ୟୁ ବୋଲି କୁହାଯାଇଥିଲା । କିନ୍ତୁ ମୃତ୍ୟୁ ସଂଖ୍ୟା ୧୪ ନୁହେଁ ୧୩ ବୋଲି ପୂର୍ବତଟ ରେଲୱେ ସ୍ପଷ୍ଟ କରିଛି ।

Get real time updates directly on you device, subscribe now.