fbpx
BJD
BJD SKY
BJD SKY

(Video) ସାରା ଓଡ଼ିଶା ପାଳୁଛି ପବିତ୍ର ଓଡ଼ିଆ ନବବର୍ଷ: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ସାରା ଓଡ଼ିଶା ପାଳୁଛି ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି । ଏହିଦିନ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ମହାବିଷୁବ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି । ମେଷ ରାଶିରେ ରବି ଅବସ୍ଥାନ କରୁଥିବାରୁ ଏହାକୁ ମେଷ ସଂକ୍ରାନ୍ତି, ପଣାସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି କୁହାଯାଏ । ପବିତ୍ର ଝାମୁ ପର୍ବ ଆଜି ଉଦ୍‍ଯାପିତ ହୋଇଥାଏ । ବାୟୁ ଓ ଅଗ୍ନିର ଗତି ଆଜିଠାରୁ ପ୍ରଖର ହୁଏ । ଏହିଦିନ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ବିଭିନ୍ନ ଦେବାଳୟରେ ପଣା ଓ ଛତୁଆ ପୂର୍ବା ହେବାର ବିଧି ରହିଛି । ଏହି ପବିତ୍ର ଦିବସ ଉପଲକ୍ଷେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ।

ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ହନୁମାନ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ପାରମ୍ପରୀକ ରୀତି ମତେ ସକାଳଧୂପ ଶେଷ ହେବାପରେ ଶ୍ରୀଅଙ୍ଗରୁ ଆଣିଥିବା ଆଜ୍ଞାମାଳକୁ ପଣ୍ଡା ଶ୍ରୀମନ୍ଦିରର ଚାରି ଦ୍ୱାରରେ ଥିବା ମହାବୀରଙ୍କ ସମେତ ବାରଭାଇ ମହାବୀରଙ୍କୁ ଦେବା ପରେ ହନୁମନ୍ତଙ୍କୁ ବିମାନରେ ବିଜେ କରାଇ ଜଗନ୍ନାଥ ବଲ୍ଲଭ ମଠକୁ ନେବେ । ସେଠାରେ ଭୋଗ ଓ ବନ୍ଦାପନା ଆଦି କେତେକ ନୀତି ସମ୍ପନ୍ନ ହେବ । ଏହାବ୍ୟତୀତ ବିଭିନ୍ନ ଯାଗା ଆଖେଡାମାନଙ୍କରେ ପୂଜା ପାଉଥିବା ହନୁମାନଙ୍କୁ ପାରମ୍ପରୀକ ରୀତିମତେ ପ୍ରତ୍ୟୁଷରୁ ସିନ୍ଦୁର ଲାଗି କରାଯାଇ ପାରମ୍ପରୀକରୀତି ମତେ କୁସ୍ତିବିଦ୍ୟାର ଶୁଭାରମ୍ଭ କରାଯାଇଛି ।

Get real time updates directly on you device, subscribe now.