fbpx

ଆଜି ୪୦୬ଜଣଙ୍କୁ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଲୋକସେବା ଭବନସ୍ଥିତ କନ୍‍ଭେନ୍‍ସନ ସେଣ୍ଟର ଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅଧୀନରେ ୪୦୬ଜଣଙ୍କୁ ମୁଖ୍ୟମନ୍ତ୍ରୀ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏଥିରେ ୨୬୧ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଯନ୍ତ୍ରୀ ଏବଂ ୪୩ଜଣ ବିହନ ଉତ୍ପାଦନ ଓ ବିପଣନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ ।

ନିକଟରେ ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି । ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ନବନିଯୁକ୍ତଙ୍କୁ ସ୍ବାଗତ କରିଥିଲେ। ଏହି ନିଯୁକ୍ତି ପର୍ବରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସରକାରୀ ନିର୍ଦ୍ଦେଶକ ( ବିଧି )ଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ୧୫ ସହକାରୀ ପରିସଂଖ୍ୟନ ନିର୍ଦ୍ଦେଶକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.