fbpx

ଏବେ ଛୋଟ ଛୁଆଙ୍କ ପାଳି: ୫-୧୨ ବର୍ଷର ପିଲାଙ୍କୁ ଦିଆଯିବ ଏହି କମ୍ପାନୀର କରୋନା ଟୀକା

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ପୁଣିଥରେ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ତେବେ ଏହାରି ମଧ୍ୟରେ ଦେଶର ଛୋଟ ପିଲାମାନଙ୍କୁ ଟୀକାକରଣ କରିବା ପାଇଁ ଅନୁମତି ମିଳିଛି । ୫-୧୨ ବର୍ଷର ପିଲାମାନଙ୍କୁ କରୋନା କବଳରୁ ରକ୍ଷା ପାଇବା ପାଇଁ ଏବେ ଭ୍ୟାକ୍ସିନ ଦେବାକୁ ଚର୍ଚ୍ଚା ଜାରି ରହିଛି । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଏକ୍ସପର୍ଟ କମିଟି ଏ ନେଇ କୋର୍ବାଭାକ୍ସ ଟୀକା ପାଇଁ ମଞକଜୁରୀ ଦେଇଛନ୍ତି । ଅର୍ଥାତ ୫-୧୨ବର୍ଷର ପିଲାମାନଙ୍କୁ କୋର୍ବାଭାକ୍ସ ଟୀକା ଦିଆଯିବ ।

ସବଜେକ୍ଟ ଏକ୍ସପର୍ଟ କମିଟିର ଏହି ସୁପାରିଶକୁ ଡିସିଜିଆଇ ନିକଟକୁ ପଠାଇ ଦିଆଯାଇଛି । ତେବେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଅନ୍ତିମ ମଞ୍ଜୁରି ଦେବା ପୂର୍ବରୁ ଡିସିଜିଆଇର ଅନୁମତିକୁ ଅପେକ୍ଷା ରହିଛି । ବର୍ତ୍ତମାନ ଭାରତର ୧୨-୧୪ ବର୍ଷର ପିଲାମାନଙ୍କୁ କୋର୍ବାଭାକ୍ସର ଟୀକାକରଣ କରାଯାଉଛି । ୧୨ରୁ ଅଦିକ ବୟସର ପିଲାମାନଙ୍କୁ ଦୁଇଟି ଟୀକା ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.