ଓଡିଶା ଭାସ୍କର: କୈଳାସ ପର୍ବତର ପରିକ୍ରମା ପୂର୍ବରୁ, ପ୍ରତ୍ୟେକ ଭକ୍ତଙ୍କୁ ଯମ ଦ୍ୱାର ଦେଇ ଯିବାକୁ ପଡେ! ଆଜ୍ଞା ହଁ, ଯମ ଦ୍ୱାର ଅର୍ଥ ମୃତ୍ୟୁର ଦେବତାଙ୍କ ପ୍ରବେଶ ପଥ। ଧାର୍ମିକ ବିଶ୍ୱାସ ଅନୁସାରେ, ଯମ ଦେବ ଭଗବାନ ଶିବଙ୍କ ପବିତ୍ର କୈଳାସକୁ ରକ୍ଷା କରନ୍ତି।
ଏହି ପ୍ରବେଶ ଦ୍ୱାର ପବିତ୍ର କୈଳାଶ ପର୍ବତ ଯିବା ରାସ୍ତାରେ ରହିଛି। ଏହି ଦ୍ୱାର ତିବ୍ବତର ଏକ ଗାଁ ଡାରଚେନ୍ଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ। ତିବ୍ବତର ଲୋକେ ଏହି ସ୍ଥାନକୁ ‘ଚୋରଟେନ କାଙ୍ଗ ନାଗି’ ଭାବେ ଜାଣନ୍ତି। ଏହାର ଅର୍ଥ ହେଉଛି ଦୁଇ ଗୋଡ ବିଶିଷ୍ଟ ସ୍ତୁପ।
ତେବେ ଏହି ଯମ ଦ୍ୱାରରେ ରାତିରେ ରହୁଥିବା ଲୋକେ ଆଉ କେବେ ଫେରି ନ ଥାନ୍ତି ବୋଲି ଶୁଣିବାକୁ ମିଳେ। କୈଳାସ ମାନସରୋବର କ୍ଷେତ୍ରରେ ଅନେକ ଧାର୍ମିକ ଏବଂ ରହସ୍ୟମୟ ସ୍ଥାନ ଅଛି। କୈଳାସ ଯାତ୍ରାରେ ଯାଉଥିବା ଲୋକମାନେ କୈଳାସ ନିକଟରେ ଅବସ୍ଥିତ ଏହି ସ୍ଥାନଗୁଡ଼ିକୁ ମଧ୍ୟ ପରିଦର୍ଶନ କରନ୍ତି।
ଭକ୍ତମାନେ ଯମ ଦ୍ୱାର ଦେଇ କୈଳାସ ପର୍ବତ ପରିକ୍ରମା ପାଇଁ ବାହାରିଥାନ୍ତି, ଏହା କୈଳାସ ପରିକ୍ରମାର ପ୍ରଥମ ରହଣି। ଯମ ଦେବତାର ଦିଗ ଦକ୍ଷିଣ, ତେଣୁ ଯମ ଦ୍ୱାର ମଧ୍ୟ ଏହି ଦିଗରେ ଅବସ୍ଥିତ। ଯମ ଦ୍ୱାରରେ ଏକ ପତାକା ସ୍ତମ୍ଭ ସ୍ଥାପନ କରାଯାଏ, ଯାହା ପ୍ରତିବର୍ଷ ପୂର୍ଣ୍ଣିମା ଦିନ ପରିବର୍ତ୍ତନ କରାଯାଏ।
ଯମ ଦ୍ୱାରର ରହସ୍ୟ: କୈଳାସ ପର୍ବତ ନିକଟରେ ଅବସ୍ଥିତ ଯମ ଦ୍ୱାର ସହିତ ଜଡିତ ଅନେକ ରହସ୍ୟ ଅଛି। ବିଶ୍ୱାସ କରାଯାଏ ଯେ ଯଦି ଜଣେ ବ୍ୟକ୍ତି ଏଠାରେ ଅଟକିଯାଏ, ତେବେ ତାଙ୍କର ମୃତ୍ୟୁ ହୁଏ।
ଅତୀତରେ ଏପରି ଅନେକ ଘଟଣା ଘଟିଛି, ଯେତେବେଳେ ଲୋକମାନେ ଏହି ଦ୍ୱାର ପାଖରେ ରାତି ବିତାଇବାକୁ ଚାହୁଁଥିଲେ ଏବଂ ଅଜଣା କାରଣରୁ ମୃତ୍ୟୁବରଣ କରିଥିଲେ। ବିଜ୍ଞାନ ମଧ୍ୟ ଉତ୍ତର ଦେଇପାରୁନାହିଁ ଯେ ଏଠାରେ ରହିବା ପରେ ଲୋକମାନେ କାହିଁକି ମରନ୍ତି।