fbpx

ଦୁଇ ସହିଦଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ା୬(ଓଡ଼ିଶା ଭାସ୍କର): ଗଲୱାନ ସୀମାରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦୁଇ ସହିଦଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।


ଉଲ୍ଲେଖଯୋଗ୍ୟ ଯେ ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦନିକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଗତକାଲି ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରୁ ୨ଜଣ ଓଡ଼ିଶାର ହୋଇଥିବା ଜଣାପଡ଼ିଛି । ଦୁଇ ଜଣ ଯବାନ ହେଉଛନ୍ତି କନ୍ଧମାଳର ବାଇରାପାଙ୍ଗର ଚନ୍ଦ୍ରାକାନ୍ତ ପ୍ରଧାନ ଓ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ।

Get real time updates directly on you device, subscribe now.