fbpx

ବଦଳିଲେ କୋଚ୍, ବଦଳିବେ କି Captain? ନୂଆ ପରିବର୍ତ୍ତନ ସହ IPL-2025ରେ ଫେରିବ ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ କୁ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଜାରି ରହିଛି । କେଉଁ ଫ୍ରାଞ୍ଚାଇଜି କାହାକୁ ରଖିବ, କାହାକୁ ବାଦ୍ ଦେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା । ତେବେ ଏହାଭିତରେ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲ-୨୦୨୫ ପାଇଁ ନୂଆ କୋଚଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ମାର୍କ ବାଉଚରଙ୍କ ସ୍ଥାନରେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ମାହେଲା ଜୟବର୍ଦ୍ଦନେଙ୍କୁ ଦଳର ମୁଖ୍ୟ କୋଚ୍ ଭାବରେ ନିୟୋଜିତ କରାଯାଇଛି । ତେବେ ଏହି ପରିବର୍ତ୍ତନ ପରେ ଦଳରେ ଆହୁରି ଅନେକ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ବିଶେଷ କରି ଅଧିନାୟକ ଦାୟିତ୍ୱକୁ ନେଇ ମଧ୍ୟ ବଡ଼ ନିଷ୍ପତ୍ତି ନିଆ ଯାଇପାରେ ବୋଲି ଅନୁମାନ କରାଯାଉଛି ।

ଆଇପିଏଲ-୨୦୨୫ ପୂର୍ବରୁ କୋଚ୍ ପରିବର୍ତ୍ତନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମାର୍କ ବାଉଚରଙ୍କୁ କୋଚ୍ ପଦରୁ ହଟାଇ ତାଙ୍କ ସ୍ଥାନରେ ମାହେଲା ଜୟବର୍ଦ୍ଦନେଙ୍କୁ ପୁଣିଥରେ କୋଚିଂ ପଦରେ ନିଯୁକ୍ତି ମିଳିଛି । ତେବେ ଜୟବର୍ଦ୍ଦନେ ଦାୟିତ୍ୱ ଗ୍ରହଣ କରିବା ପରେ ଦଳରେ ଅଧିନାୟକ ପରିବର୍ତ୍ତନ କରିପାରନ୍ତି । ବର୍ତ୍ତମାନ ଦଳର ନେତୃତ୍ୱ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେଉଛନ୍ତି । କିନ୍ତୁ ୨୦୨୫ ସିଜନ ପାଇଁ ହାର୍ଦ୍ଦିକ ଏହି ପଦ ହରାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି । ହାର୍ଦ୍ଦିକଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ଏହି ଦାୟିତ୍ୱ ନେଇପାରନ୍ତି । ତେବେ ଏହି ତାଲିକାରେ ବର୍ତ୍ତମାନ(୨୦୨୪ ସ୍କ୍ୱାଡ)ରେ ହାର୍ଦ୍ଦିକଙ୍କ ବ୍ୟତୀତ ୨ ଜଣଙ୍କ ଉପରେ ବିଶ୍ୱାସ କରିପାରେ ମୁମ୍ବାଇ ଇଣ୍ଡିଆନ୍ସ ।

ରୋହିତ ଶର୍ମା: ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ନିଜର କରିଛି । କିନ୍ତୁଗତ ସିଜନରେ ରୋହିତ ଏହି ନେତୃତ୍ୱ ପଦ ହରାଇଛନ୍ତି । ଆପିଏଲ-୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟନ୍ସରୁ ଟ୍ରେଡ୍ କରି ଦଳର ଅଧିନାୟକ ପଦ ଦେଇଥିଲା । କିନ୍ତୁ ଆଇପିଏଲ-୨୦୨୫ରେ ପୁଣିଥରେ ତାଙ୍କୁ ନେତୃତ୍ୱ ପଦ ଫେରାଇ ପାରନ୍ତି ମାହେଲା ଜୟବର୍ଦ୍ଦନେ ।

ସୂଯର୍ଯ୍ୟକୁମାର ଯାଦବ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ମଧ୍ୟ ନୂଆ ଅଧିନାୟକ ତାଲିକାରେ ସାମିଲ ରହିଛନ୍ତି । ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱରେ ଭାବରେ ରହିଛନ୍ତି ସୂର୍ଯ୍ୟକୁମାର । ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ପ୍ରଦର୍ଶନ ମଧ୍ୟ ବେଶ୍ ଭଲ ରହିଛି । ତେଣୁ ମୁମ୍ବାଇ ନିକଟରେ ସୂର୍ଯ୍ୟକୁମାରଙ୍କ ଭାବରେ ଆଉ ଜଣେ ଅଧିନାୟକ ବିକଳ୍ପ ରହିଛନ୍ତି । ରୋହିତ ପୁଣିଥରେ ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ ନ କଲେ ସୂର୍ଯ୍ୟକୁମାର ଯାଦବ ଦଳର ନୂଆ ଅଧିନାୟକ ହୋଇପାରନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବର୍ତ୍ତମାନ ସୁଦ୍ଧା ଅଧିନାୟକ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

Get real time updates directly on you device, subscribe now.