fbpx

ସାକ୍ଷାତକାର ନେବାର ନିଆରା ଅନ୍ଦାଜ୍‌, ଏଭଳି ବ୍ୟବହାର ଦେଖି କମ୍ପାନୀ ଚୟନ କରିଥାଏ ପ୍ରାର୍ଥୀ

ଓଡ଼ିଶା ଭାସ୍କର: ସାଧାରଣତଃ କୌଣସି କମ୍ପାନୀରେ ଯୋଗ ଦେବା ପୂର୍ବରୁ ସାକ୍ଷାତକାର ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବା ଇଣ୍ଟରଭ୍ୟୁ ହୋଇଥାଏ । ଏଥିପାଇଁ ପ୍ରାର୍ଥୀ ଏବଂ interviewer ନିଜ ନିଜ ପ୍ରସ୍ତୁତି କରିଥାନ୍ତି । ଦୁନିଆ ବଦଳିବା ସାଙ୍ଗକୁ ସାକ୍ଷାତକାର ନେବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି । ସାକ୍ଷାତକାର ଅର୍ଥ ନୁହେଁ ଯେ ଆମକୁ ଚାକରି ମିଳିଯିବ । କିନ୍ତୁ ସମସ୍ତେ ଚୟନକର୍ତ୍ତାଙ୍କୁ ଇମ୍ପ୍ରେସ୍ କରିବା ପାଇଁ ଆଶାବାଦୀ ଥା’ନ୍ତି ।

ସାଧାରଣତଃ ଇଣ୍ଟରଭ୍ୟୁ ପ୍ୟାନେଲରେ ଥିବା ଚୟନକର୍ତ୍ତାମାନେ ସାକ୍ଷାତକାର ପାଇଁ ଆସିଥିବା ପ୍ରାର୍ଥୀଙ୍କ ପାଠପଢ଼ା ଏବଂ ରୁଚି ଥିବା ବିଭିନ୍ନ ବିଷୟକୁ ନେଇ ପ୍ରଶ୍ନ ପଚାରିଥାନ୍ତି । ଏହା ସହ ସେମାନଙ୍କ ପୋଷାକ ପରିଧାନ, ବଡି ଲାଙ୍ଗୁଏଜ୍ ଇତ୍ୟାଦି ମଧ୍ୟ ଚୟନ ପ୍ରକ୍ରିୟା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ନିକଟରେ ଜଣେ Reddit ୟୁଜର ନିଜ ସାକ୍ଷାତକାରର ଅନୁଭବ ବିଷୟରେ କହିଛନ୍ତି ଯାହା ଶୁଣିଲା ପରେ ଆପଣ ଚକିତ ହୋଇଯିବେ । ନିକଟରେ ସେ ଏକ କମ୍ପାନୀରେ ସାକ୍ଷାତକାର ପାଇଁ ଯାଇଥିଲେ । ସେଠାରେ ଉଚ୍ଚ ପଦସ୍ଥ ଅଧିକାରୀ ସେମାନଙ୍କ ‘ସେଲ୍ସ ଇଞ୍ଜିନିୟର’ ସାକ୍ଷାତକାର ପ୍ରକ୍ରିୟା ବିଷୟରେ କହିଥିଲେ । ଏହି ସାକ୍ଷାତକାର ସମୟରେ ସେମାନେ ପ୍ରାର୍ଥୀଙ୍କ ସହ ମଦ୍ୟପାନ କରିବା ପାଇଁ ବାହାରକୁ ଯାଇଥାନ୍ତି । ଏହାର ଉଦ୍ଦେଶ୍ୟ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ଏହା ପ୍ରାର୍ଥୀ ଚୟନର ଏକ ପ୍ରକ୍ରିୟା । ଏହି ସମୟରେ interviewerମାନେ ପ୍ରାର୍ଥୀଙ୍କ ବ୍ୟବହାର ଲକ୍ଷ କରିଥାନ୍ତି । ମଦ୍ୟପାନ କରିବା ପାଇଁ ସେମାନେ କେତେ ବିନମ୍ରତାର ସହ ମନା କରୁଛନ୍ତି, ମଦ୍ୟପାନ କରିବା ପରେ ନିଶାରେ ସୀମା ପାର କରୁନାହାଁନ୍ତି ତ ? ଅତ୍ୟାଧିକ ମଦ୍ୟପାନ ପରେ ମଦ ପିଇବା ବନ୍ଦ କରୁଛନ୍ତି ନା ନାହିଁ ଇତ୍ୟାଦି । ଏହା ଏକ ପ୍ରକାର ସହନଶୀଳତାର ପରୀକ୍ଷା ଅଟେ । ତେବେ ଏହି interviewerଙ୍କ ହିସାବରେ ମଦ୍ୟପାନ କରିବା ‘ସେଲ୍ସ’ର ଏକ ପ୍ରମୁଖ ଅଂଶ ।

 

 

 

 

Get real time updates directly on you device, subscribe now.