fbpx
BJD SKY
BJD SKY

Whatsappର ଛୁଟି କରାଇପାରେ Googleର ନୂଆ ମେସେଜିଂ ଆପ୍: ବିନା ଇଣ୍ଟରନେଟରେ ଚାଲିବ ଧଡ଼ାଧଡ଼

BJD

ନୂଆଦିଲ୍ଲୀ: ମେସେଜିଂ ପାଇଁ ହ୍ୱାଟ୍ସଆପ୍ ସର୍ବାଧିକ ବ୍ୟବହୃତ ହେଉଛି । କିନ୍ତୁ ଏହି ଆପ୍ ଇଣ୍ଟରନେଟ୍ ବିନା ଚାଲିବ ନାହିଁ । ଯଦି ଆପଣ ଏପରି ଏକ ଅଞ୍ଚଳରେ ରୁହନ୍ତି ଯେଉଁଠାରେ ଇଣ୍ଟରନେଟ୍ କାମ ନକରେ, ତେବେ ଆପଣ ସେଠାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

କିନ୍ତୁ ବର୍ତ୍ତମାନ ଏକ ନୂଆ ଫିଚର୍ସ ଆସିଛି, ଯେଉଁଥିରେ ଇଣ୍ଟରନେଟ୍ ବିନା ମେସେଜ୍ ପଠାଯାଇପାରିବ । ମେସେଜିଂ ଆପ୍ ପାଇଁ ଗୁଗୁଲ ଏକ ନୂଆ ସାଟେଲାଇଟ୍ ଫିଚର୍ସ ଲଞ୍ଚ କରିଛି ।

ସାଟେଲାଇଟ୍ ମେସେଜିଂ ଫିଚର୍ସ କ’ଣ?

ଏହି ଫିଚର୍ସରେ ଉପଭୋକ୍ତାମାନଙ୍କର ଗୁଗୁଲ୍ ମେସେଜିଂ ଫିଚାର ସିଧାସଳଖ ସାଟେଲାଇଟ୍ ସଂଯୋଗ ସହିତ ଲିଙ୍କ୍ ହେବ । ଏହାର ଅର୍ଥ ଏଥିପାଇଁ ମୋବାଇଲ୍ ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ । ଗୁଗୁଲର ସାଟେଲାଇଟ୍ ମେସେଜିଂ ଟୁଲ୍ ବ୍ୟବହାର କରି ଉପଭୋକ୍ତାମାନେ ସିଧାସଳଖ ମେସେଜ୍ ପଠାଇବାକୁ ସମର୍ଥ ହେବେ । ଏହି ଫିଚର୍ସରେ ଫୋନ୍ ସାଟେଲାଇଟ୍ ସହିତ କନେକ୍ଟ ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଗୁଗୁଲ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ ଏଆଇ ଚାଟବଟ୍ ଜେମିନୀର ଇଣ୍ଟିଗ୍ରେସନ ସହିତ ମେସେଜିଂ ଆପର ବିଟା ଭର୍ଜନ ଲଞ୍ଚ କରିବାକୁ ଯାଉଛି ।

ଗୁଗୁଲ୍ ସାଟେଲାଇଟ୍ ମେସେଜିଂ ଫିଚର୍ସ ଆସିବା ପରେ ହ୍ୱାଟ୍ସଆପ୍ କୁ ଟକ୍କର ମିଳିପାରେ । ଏହା ବ୍ୟତୀତ ନୂଆ ମେସେଜିଂ ଫିଚର୍ସ ଆଇଫୋନର ଜରୁରୀକାଳୀନ ମେସେଜିଂ ଫିଚର୍ସର ଅଭିଜ୍ଞତାକୁ ଉନ୍ନତ କରିପାରିବ ।

Get real time updates directly on you device, subscribe now.