fbpx

(Video): ଚୈତ୍ର ନବରାତ୍ରୀର ପ୍ରଥମ ଦିନରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ରାମଲଲାଙ୍କ ବିଶେଷ ଶୃଙ୍ଗାର, ଖଦି ବସ୍ତ୍ରରେ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିବେ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଛି ପବିତ୍ର ଚୈତ୍ର ନବରାତ୍ରୀ । ଏହି ନଅ ଦିନ ପର୍ଯ୍ୟନ୍ତ ଅଧିକାଂଶ ଲୋକମାନେ ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ପରିବାରର ସୁଖ, ଶାନ୍ତି, ସମୃଦ୍ଧି, ନିରୋଗ ସ୍ୱାସ୍ଥ୍ୟ ଏବଂ ଜୀବନରେ ପ୍ରଗତି କାମନା କରି ବ୍ରତ, ଉପବାସ ରଖିଥାନ୍ତି । ଏହି ଚୈତ୍ର ନବରାତ୍ରୀ ଏପ୍ରିଲ ୧୭ରେ ଶେଷ ହେଉଛି । ଏହି ନଅ ଦିବସୀୟ ପର୍ବ ପାଇଁ ଅଯୋଧ୍ୟା ରାମ ମନ୍ଦିରରେ ବିଶେଷ ଆୟୋଜନ କରାଯିବ । ଏଥିପାଇଁ ରାମ ଲଲାଙ୍କ ଶୃଙ୍ଗାର ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ଚୈତ୍ର ନବରାତ୍ରୀ ପାଇଁ ରାମଲଲା ବିଶେଷ ବସ୍ତ୍ର ଧାରଣ କରିବେ । ଏହି ବସ୍ତ୍ର ହାତବୁଣା ଖଦି ସୂତାରୁ ନିର୍ମିତ ହୋଇଥିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବସ୍ତ୍ରରେ ଅସଲି ଚାନ୍ଦି ଏବଂ ସୁନାର ଛାପା ଡିଜାଇନ୍ ହୋଇଥିବ । ଏହି ଛାପା(block prints) ବୈଷ୍ଣବ ପ୍ରତୀକରୁ ପ୍ରେରିତ ହୋଇଛି ଯାହା ଭଗବାନ ବିଷ୍ଣୁଙ୍କ ସହ ଜଡ଼ିତ । ଏନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି । ନବରାତ୍ରୀର ପ୍ରଥମ ଦିନରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.