fbpx
BJD SKY
BJD SKY

(Video)ଲୋକସଭା ନିର୍ବାଚନ ଲାଗି ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ, ଘର ଘର ଯାଇ ପୋଷ୍ଟାଲ ବାଲୋଟରେ ଭୋଟିଂ କରାଉଛନ୍ତି କର୍ମୀ

BJD

ନୂଆଦିଲ୍ଲୀ:ଦେଶରେ ଲୋକସଭା ନିର୍ବାଚନ ଲାଗି ପୋଷ୍ଟାଲ ବାଲୋଟ୍‌ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କେତେକ ନିର୍ଦ୍ଧିଷ୍ଟ ସରକାରୀ କ୍ଷେତ୍ରର କର୍ମଚାରୀଙ୍‌କ ବ୍ୟତିତ ଦିବ୍ୟାଙ୍ଗ ଓ ୮୫ ବର୍ଷରୁ ଅଧିକ ବୟସର ମତଦାତାଙ୍କ ଲାଗି ପୋଷ୍ଟାଲ ବାଲୋଟରେ ମତଦାନର ସୁବିଧା ଉପଲବ୍ଧ କରାଯାଇଛି । ଦେଶର ଅଲଗା ଅଲଗା ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ କର୍ମୀ ପୋଷ୍ଟାଲ ବାଲଟରେ ଭୋଟିଂ କରିବା ଲାଗି ଯୋଗ୍ୟ ଭୋଟରଙ୍କ ଚିହ୍ନଟ କରି ସେମାନଙ୍କ ଘରେ ପହଞ୍ଚଛନ୍ତି ଓ ସେମାନଙ୍‌କ ଭୋଟ ସଂଗ୍ରହ କରୁଛନ୍ତି ।

ଭାରତୀୟ ନିର୍ବାଚନ କମିଶନଙ୍କ ଏହା ଚେଷ୍ଟା ରହିଛି କି କିପରି ଅଧିକରୁ ଅଧିକ ଲୋକ ମତଦାନ ପ୍ରକ୍ରିୟାରେ ଭାଗ ନେବେ । କିନ୍ତୁ ଅଧିକ ବୟସ୍କ ନାଗରିକ ଓ ଦିବ୍ୟାଙ୍କ ଭୋଟର ଏପରି ସ୍ଥିତିରେ ନ ଥାନ୍ତି କି ସେମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବେ । ଏହା ବ୍ୟତିତ ଏପରି ବହୁ ସରକାରୀ ସେବା ରହିଛି ଯେଉଁଥିରେ କର୍ମଚାରୀ ନିଜ ମୂଳ ଜନ୍ମ ସ୍ଥାନରୁ ଯାଇ ଦୂରରେ ରହିଥାନ୍ତିି ଓ ଭୋଟିଂ ଲାଗି ଘରକୁ ଆସି ପାରି ନ ଥାନ୍ତି । ଏହିପରି ଭୋଟରଙ୍କ ପାଇଁ ନିର୍ବାଚନ କମିଶନ ଡାକ ମତପତ୍ର କିମ୍ବା ପୋଷ୍ଟାଲ ବାଲଟ୍ ଜରିଆରେ ଭୋଟିଂ ବ୍ୟବସ୍ଥା କରିଛନ୍ତି । ଏହା ଦ୍ୱାରା ସୁନିଶ୍ଚିତ କରାଯାଇପାରିବ କି ନିଜ ଘର ଠାରୁ ଦୂରରେ ରହୁଥିବା ନାଗରିକ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭୋଟର ଯେଉଁମାନେ ବୁଥ୍ ପର୍ଯ୍ୟନ୍ତ ଆସିପାରିବେ ନାହିଁ ସେମାନେ ଭୋଟ ଦେବାରେ ସକ୍ଷମ ହେବେ ।
ଏଠାରେ ସୂଚାଇ ଦିଆଯାଇପାରେ କି ଏ ପର୍ଯ୍ୟନ୍ତ ୮୦ ବର୍ଷରୁ ଅଧିକ ବୟସର ନାଗରିକମାନେ ଏହି ସୁବିଧା ହାସଲ କରିବାକୁ ହକଦାର ଥିଲେ । କିନ୍ତୁ ନିର୍ବାଚନ କମିଶନ ୨୦୨୪ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣାର କିଛିଦିନ ପୂର୍ବରୁ କଣ୍ଡକ୍ଟ ଅଫ୍ ଇଲେକ୍ସନ ରୁଲ୍ ୧୨୯୬୧ରେ ପରିବର୍ତ୍ତନ କରିଥିଲେ । ଏହି ପରିବର୍ତ୍ତନ ପରେ ପୋଷ୍ଟାଲ ବାଲଟରେ ଭୋଟିଂ କରିବାକୁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ବୟସ ୮୦ରୁ ୮୫ କରି ଦିଆଯାଇଥିଲା ।

Get real time updates directly on you device, subscribe now.