fbpx
BJD
BJD SKY
BJD SKY

Big Breaking: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ଭୁବନେଶ୍ୱର: ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ରାଜନୀତିରେ ଦଳ ଅଦଳ ବଦଳ ପ୍ରକ୍ରିୟା ଚାଲୁ ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ପୂର୍ବତନ ସାଂସଦ ପ୍ରଭାସ ସିଂହ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଭାସ ସିଂହ ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ଅଟନ୍ତି । ସେ ଆଜି ନବୀନ ନିବାସ ଆସି ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରଭାସ ସିଂହ ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ର ସାଂସଦ ଥିଲେ । ଏଥର ସେ ଟିକେଟ ଆଶାୟୀ ଥିଲେ, କିନ୍ତୁ ଦଳ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଛି । ତେବେ ଏହା ପରେ ସେ କେଉଁ ଦଳରେ ଯୋଗ ଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.