fbpx

(Video) ରିଲିଜ ହେଲା ‘Pushpa 2’ର ଧମାକାଦାର ଟିଜର, ସାଢୀ, ଝୁମକା ଏବଂ ଘୁଙ୍ଗୁର ପିନ୍ଧି ଜନ୍ମ ଦିନରେ ନଜର ଆସିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ନିଜ ଜନ୍ମ ଦିନ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଆକ୍ଟରଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ପୁଷ୍ପା-୨: ଦ ରୁଲ’ର ମେକର୍ସ ଫ୍ୟାନ୍ସଙ୍କୁ ବଡ଼ ଉପହାର ପ୍ରଦାନ କରି ଫିଲ୍ମର ଟିଜର ଜାରି କରିଛନ୍ତି । ଟିଜର ବହୁ ଧମାକାଦାର ଏବଂ ଏଥିରେ ଅଲ୍ଲୁ ଅର୍ଜୁନ ପୁଣି ଥରେ ପୁଷ୍ପା ରାଜ ହୋଇ ଦର୍ଶକଙ୍କ ହୃୟୟ ଜିତିିଛନ୍ତି । ଖାସ କଥା ହେଉଛି, ପୁଷ୍ପା ରାଜର ଏହି ଫାୟରୀ ଅନ୍ଦାଜ ଲୋମ ଟାଙ୍କୁରିବା ଭଳି ହୋଇଛି ।

‘ପୁଷ୍ପା ୨: ଦ ରୁଲ’ର ଟିଜରରେ ଅଲ୍ଲୁ ଅର୍ଜୁନଙ୍କ ଲୁକ ହୋସ ଉଡାଇଦେବ । ତାଙ୍କର ଏହି ଅବତାର ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି । ଟିଜରରେ ଅଲ୍ଲୁ ଅର୍ଜୁନ ସାଢୀ ପିନ୍ଧି ଏବଂ ପୂରା ମେକଅପ ସହ ନଜର ଆସିଛନ୍ତି । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆକ୍ଟରଙ୍କ ଲୁକ ପାୱାରଫୁଲ ଅଟେ । ୮ ସେକେଣ୍ଡର ଟିଜରରେ ଆକ୍ଟର ଆକ୍ସନ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଓଭର ଅଲ ‘ପୁଷ୍ପା୨: ଦ ରୁଲ’ର ଟିଜର ଫିଲ୍ମ ପାଇଁ ଏକ୍ସାଇଟମେଣ୍ଟକୁ ବହୁ ଉପରକୁ ପହଁଚାଇ ଦେଇଛି ।

ଅଲ୍ଲୁ ଅର୍ଜୁନ ଏକ୍ସରେ ଟିଜର ସେୟାର କରି ଲେଖିଛନ୍ତି ଯେ, ‘ଜନ୍ମଦିନର ଶୁଭକାମନାମାନ ପାଇଁ ମୁଁ ଆପଣ ସମସ୍ତଙ୍କ ଥ୍ୟାଙ୍କ ୟୁ ଜଣାଉଛି । ମୋ ହୃହୟ ଗ୍ରାଇଟିଟ୍ୟୁଡ ସହ ଭରିରହିଛି । ଦୟାକରି ଏହି ଟିଜରକୁ ମୋର ଧନ୍ୟବାଦ କହିବାର ଉପାୟ ଭାବରେ ଗ୍ରହଣ କରନ୍ତୁ ।’ ତେବେ ଏହି ଫିଲ୍ମ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବ ।

Get real time updates directly on you device, subscribe now.