fbpx

ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବେ ଦେଶର ଏହି ସୁପରଷ୍ଟାର: ଜର୍ସି ନମ୍ବର ୭

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଭାରତର ଦଳ ଘୋଷଣା ହୋଇ ସାରିଛି । ଏହି ଦଳରେ ଅନେକ ଷ୍ଟାର ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ଅକ୍ଟୋବର ୫ ତାରିଖରୁ ଆୟୋଜନ ହେବାକୁ ଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ୧୨ ବର୍ଷ ପରେ ପୁଣିଥରେ ନିଜ ମାଟିରେ ବିଶ୍ୱକପ ଜିତିବାର ସୁଯୋଗ ପାଇଛି ଟିମ ଇଣ୍ଡିଆ । ତେବେ ଦଳର ଚୟନକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଭାରତର ଅନ୍ୟ ଜଣେ ଷ୍ଟାର ଖେଳାଳି ବିଦେଶୀ ଟିମରୁ ଖେଳିବାକୁ ଯାଉଛନ୍ତି । ୭ ନମ୍ବର ଜର୍ସି ପିନ୍ଧି ସେ ମଇଦାନକୁ ଓହ୍ଲାଇବେ ।

ଦିନିକିଆ ବିଶ୍ୱକପ ପାଇଁ ଅଧିକାଂଶ ଦଳ ନିଜର ସ୍କ୍ୱାଡ ଘୋଷଣା କରି ସାରିଛନ୍ତି । ଏହା ଭିତରେ ନେଦରଲାଣ୍ଡ ମଧ୍ୟ ନିଜ ଦଳ ଘୋଷଣା କରିଛି । ନେଦରଲାଣ୍ଡର ୧୫ ଜଣିଆ ଦଳରେ ବୋର୍ଡ ସ୍କଟ ଏଡୱାର୍ଡସଙ୍କୁ ନେତୃତ୍ୱ ପ୍ରଦାନ କରିଛି । ତେବେ ଏହି ଦଳରେ ଜଣେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ୭ ନମ୍ବର ଜର୍ସି ପିନ୍ଧି ସେ ବିଶ୍ୱକପ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବେ । ତେବେ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଦମଦାର ବ୍ୟାଟିଂ କରି ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି ଷ୍ଟାର ଖେଳାଳି ବିକ୍ରମଜିତ ସିଂହ । ଭାରତର ପଞ୍ଜାବରେ ଜନ୍ମଗ୍ରହଣ କରି ସୁଦ୍ଧା ସେ ନେଦରଲାଣ୍ଡ ପକ୍ଷରୁ ବିଶ୍ୱକପ ଖେଳିବାକୁ ଯାଉଛନ୍ତି ।

୨୦୦୩ ମସିହା ଜାନୁୟାରୀ ୯ ତାରିଖରେ ପଞ୍ଜାବର ଚୀମା ଖୁର୍ଦ୍ଦାରେ ଜନ୍ମଗ୍ରହଣ କରିଥିଲେ ବିକ୍ରମଜିତ । ୭ ବର୍ଷ ପର୍ଯ୍ୟନ୍ତ ଗାଁରେ ରହିବା ପିତା ହରପ୍ରୀତ ସିଂହ ବିକ୍ରମଙ୍କୁ ନେଇ ନେଦରଲାଣ୍ଡ ଚାଲି ଯାଇଥିଲେ । ୧୧ ବର୍ଷ ବୟସରେ ନେଦରଲାଣ୍ଡ ତରଫରୁ ଅଣ୍ଡର ୧୨ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ବିକ୍ରମ । ତେବେ ତତ୍କାଳୀନ ଅଧିନାୟକ ପିଟର ବୋରେନ୍ ବିକ୍ରମଙ୍କ ପ୍ରତିଭା ଦେଖି ତାଙ୍କୁ ନେଦରଲାଣ୍ଡ-ଏ ଦଳରେ ସ୍ଥାନ ଦେଇଥିଲେ । ବର୍ତ୍ତମାନ ସେ ବିଶ୍ୱକପ ଖେଳିବା ପାଇଁ ଚୟନ ହୋଇଛନ୍ତି ।

Get real time updates directly on you device, subscribe now.