fbpx

(Video) ନଦୀକୁ ଝାମ୍ପିନେଲା କୁମ୍ଭୀର, ଦେଖୁ ଦେଖୁ ଖାଲି କରିଦେଲା ମାଆର କୋଳ

Advertisement

କେନ୍ଦ୍ରାପଡ଼ା: ନଦୀକୁ ଝାମ୍ପିନେଲା କୁମ୍ଭୀର । ପାଣି ଭିତରକୁ ଘୋଷାଡ଼ି ନେଇ ଖାଇଗଲା । ଦେଖୁ ଦେଖୁ ମାଆର କୋଳ ହୋଇଗଲା ଖାଲି । ଲୋକେ ବଞ୍ଚାଇବାକୁ ଚାହିଁକି ବି ବଞ୍ଚାଇପାରିଲେ ନାହିଁ । ଏମିତି କିଛି ଖବର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରଙ୍ଗଣୀ ପଞ୍ଚାୟତର ଭିତରକନିକାକୁ ସଂଯୋଗ କରୁ୍ଥିବା ଭେଡ଼ା କେନାଲରେ ଦେଖିବାକୁ ମିଳିଛି ।

ତେବେ କେନ୍ଦ୍ରାପଡ଼ାରେ କୁମ୍ଭୀରଙ୍କୁ ନେଇ ଉପଦ୍ରବ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ନଦୀକୂଳିଆ ଲୋକେ ଭୟରେ ଭୟରେ ଦିନ କାଟୁଛନ୍ତି । ନଦୀ ଉପରେ ନିର୍ଭର କରୁଥିବା ଲୋକେ ନିଜ ଜୀବନକୁ ବାଜି ଲଗାଇ ଦୈନନ୍ଦିନ ନିତ୍ୟକର୍ମ ପାଇଁ ନଦୀକୁ ଯାଉଛନ୍ତି । ଆଉ କେହି କେହି ଘରୁ ବାହାରିଯାନ୍ତି ହେଲେ ଆଉ ଘରକୁ ଫେରପାରନ୍ତି ନାହିଁ । କାରଣ ସେମାନଙ୍କୁ ନଦୀକୁ ଟାଣିନିଏ କୁମ୍ଭୀର । ଏଇ ଯେମିତି ଗତକାଲି ଦ୍ୱିପ୍ରହରରେ ଗୋଟିଏ ଝିଅକୁ କୁମ୍ଭୀର ଟାଣି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଭେଟ୍ଟା କେନାଲ ପାଖକୁ ଛେଳି ଚରାଇବା ପାଇଁ ଯାଇଥିଲେ ୧୭ ବର୍ଷର ଝିଅ ସିଲା ଦଳାଇ । କୁରୁମାସାହି ଗାଁର ମଥୁରୀ ଦଳାଇଙ୍କ ଝିଅ ସିଲା ଦିନ ୨ଟା ୩୦ ମିନିଟରେ ଛେଳିମାନଙ୍କୁ ଆଣିବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ । ଯେଉଁଥିପାଇଁ ଗାଁ ଲୋକ ଅଭିଯୋଗ କରିଛନ୍ତି କି ସିଲ୍ଲାଙ୍କୁ କୁମ୍ଭୀର ଗିଳିଦେଇଛି ବୋଲି । ସବୁଠାରୁ ଦୁଃଖର ବିଷୟ ହେଉଛି କି ଏପର୍ଯ୍ୟନ୍ତ ସିଲାଙ୍କ ପରିବାର ଲୋକଙ୍କ ପାଖକୁ ବନବିଭାଗ ପହଞ୍ଚି ନାହିଁ କି ସିଲାଙ୍କୁ ଖୋଜିବା ପାଇଁ ଚେଷ୍ଟା କରିନାହାଁନ୍ତି ।

Get real time updates directly on you device, subscribe now.