fbpx

ସାପ ହେଉଛନ୍ତି ଘରର ଅନନ୍ୟ ସଦସ୍ୟ: ବିଷଧର ନାଗ-ନାଗୁଣୀଙ୍କ ସହ ରହୁଛନ୍ତି ସାରା ପରିବାର

Advertisement

ମାଲକାନାଗିରି: ସାପ ନାଁ ଶୁଣିଲେ ମଣିଷ ଭୟରେ ଥରି ଉଠେ । କିନ୍ତୁ ଅନେକ ଲୋକ ବିଭିନ୍ନ ସ୍ଥାନରେ ସେମାନଭ୍କ ସହ ଖେଳୁଥିବାର ନଜର ରହିଛି । ଏମିତି ଜଣେ ପରିବାର ହେଉଛି ମାଲକାନାଗିରିର ନୀଳକଣ୍ଠ ଭୂମିଆଙ୍କ ପରିବାର । ନାଗ ନାଗୁଣୀଙ୍କ ସହ ରହୁଛନ୍ତି ପୁରା ପରିବାର । ତାଙ୍କୁ ପୂଜା କରିବା ସହ କ୍ଷୀର ବି ପିଇବାକୁ ଦେଉଛନ୍ତି । ଏହି ବିଷଧର ସାପଙ୍କ ପ୍ରତି ଏତେ ଭଲ ପାଇବା ଅଛି ଯେ, ସାପଙ୍କ ରହିବା ପାଇଁ ଦୁଇ ବଖରା ଘର ମଧ୍ୟ ତିଆରି ହୋଇଛି । ତେବେ ଏମିତି ଦିନେ କି ମାସେ ନୁହେଁ ବର୍ଷ ବର୍ଷ ଧରି ସାପଙ୍କ ସାଙ୍ଗରେ ରହୁଛନ୍ତି ଏହି ପରିବାର ।

ଏହି ଘଟରାଟି ହେଉଛି ହେଉଛି ମାଲକାନାଗିରି ଜିଲ୍ଲା ନିଲିମାରି ଗାଁର ନୀଳକଣ୍ଠ ଭୂମିଆଙ୍କ ପରିବାରର କଥା । ୩ ବଖରା ଘର ଭିତରୁ ଗୋଟିଏ ବଖରାରେ ପୁରା ପରିବାର ରହୁଥିବା ବେଳେ ଦୁଇଟି ବଖରାରେ ରହୁଛନ୍ତି ବିଷଧର ସାପ । ତେବେ ଦିନେ କି ମାସେ ନୁହେଁ, ବହୁ ବର୍ଷରୁ ଏହି ପରିବାର ନାଗ ନାଗୁଣୀଙ୍କୁ ପୂଜା ମଧ୍ୟ କରୁଛନ୍ତି। ଏ ନେଇ ନୀଳକଣ୍ଠଙ୍କ ପରିବାର କହିଛନ୍ତି ଯେ, ବହୁ ବର୍ଷ ତଳେ ତାଙ୍କ ଘରେ ଉଇ ହୁଙ୍କା ସୃଷ୍ଟି ହୋଇଥିଲା। ଧୀରେ ଧୀରେ ଏହି ହୁଙ୍କା ସବୁ ବଢ଼ିବାରେ ଲାଗିଥିଲା । ପରେ ନାଗ ନାଗୁଣୀଙ୍କୁ ସେହି ଉଙ୍କାରେ ଦେଖିଥିଲେ ପରିବାରର ଲୋକେ । ଧୀରେ ଧୀରେ ସାପଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା। ଭଗବାନଙ୍କ କୌଣସି ସଂକେତ ଭାବି ହୁଙ୍କାକୁ ଭାଙ୍ଗିବା ବଦଳରେ ସେହି ଦିନଠୁ ଏହି ହୁଙ୍କାକୁ ପୂଜା କରି ଆସୁଛନ୍ତି ନୀଳକଣ୍ଠ ଭୁମିଆଙ୍କ ପରିବାର । କିନ୍ତୁ ଯେଉଁ ଘରେ ସେହି ହୁଙ୍କା ରହିଛି ସେହି ଘରର ତିନି ଭାଗରେ ହୁଙ୍କା ରହିଥିବା ବେଳେ ମାତ୍ର ଏକ ଭାଗ ରେ ନୀଳକଣ୍ଠ ଙ୍କ ପରିବାର ଜୀବନ ଅତିବାହିତ କରୁଛନ୍ତି ।

ପୂର୍ବରୁ ନୀଳକଣ୍ଠଙ୍କ ଝିଅ ପ୍ରତିଦିନ ନାଗ ଦେବତାଙ୍କୁ ପୂଜା କରୁଥିଲେ । ଏବେ ଝିଅ ବିବାହ କରି ଚାଲିଯିବା ପରେ ତାଙ୍କ ପୁଅ ଓ ବୋହୁ ଭାବେ ପୂଜା କରିବା ସହ ସାପଙ୍କୁ ପ୍ରତିଦିନ କିଛି କିଛି ଖାଦ୍ୟ ଖାଇବାକୁ ଦେଉଛନ୍ତି। ଘର ଭିତରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆଖ ପାଖର ଶତାଧିକ ଲୋକେ ଚାଲି ଆସୁଥିବା ବେଳେ ସୋମବାର ଓ ଗୁରୁବାର ଏଠାରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରା ଯାଉଥିବା ଜଣା ପଡ଼ିଛି।

Get real time updates directly on you device, subscribe now.