fbpx

(Video) ଓଃ କି ଚଟକଣୀ ! ମୁଣ୍ଡକୁ ଉଠିଲା ପାରା, ମହିଳାଙ୍କୁ ସେକି ଦେଇଗଲେ ଦୀପିକା

Advertisement

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଖାଇବା ,ପିଇବା ଭୁଲି ନିଜ ପୁଅକୁ ବାପାର ପରିଚୟ ଦେବାକୁ ଯାଇ ସେ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଆଉ ଏହା ମଧ୍ୟରେ ଅନେକ ବାଧାବିଝ୍ନ ମଧ୍ୟ ସାମ୍ନା କରିଛନ୍ତି । କେତେବେଳେ ତାଙ୍କ ପାଲ କଣା ହେଉଛି ତ ଆଉ କେତେବେଳେ ତାଙ୍କ ଜିନିଷପତ୍ର ଫିଙ୍ଗାଫୋପଡ଼ା କରୁଛନ୍ତି । ଏପରି ଅନେକ ଅଭିଯୋଗ ଏହାରି ମଧ୍ୟରେ ଆସିଥିବା ବେଳେ ଆଜି ସାମ୍ନାକୁ ଆସିଛି ଆଉ ଏକ ଭିଡିଓ ।

ଆଜି ସକାଳୁ ଦୀପିକାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଭିଡିଓରେ ଦୀପିକା ଜଣେ ମହିଳାଙ୍କୁ ଶକ୍ତ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ଆଜି ସକାଳେ ଯେତେବେଳେ କେ.ଦୀପିକା ଧାରଣାରେ ବସିଥିଲେ, ସେବେ ଜଣେ ମହିଳାଙ୍କୁ ତାଙ୍କୁ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନମ୍ବର ମାଗିଥିଲେ । ଏହି ସମୟରେ ଦୀପିକା ତାଙ୍କୁ ଧିରେ କରି ପାଖକୁ ଡାକିଥିଲେ ଓ ଗାଲରେ ଲଗାଇଦେଇଥିଲେ ଶକ୍ତ ଚାପୁଡ଼ା ।

ପୂର୍ବରୁ କୁଆଡେଁ ଏହି ମହିଳା ଜଣକ ଦୀପିକାଙ୍କୁ ଗାଳି କରିଥିଲେ, ଯାହାର ପ୍ରତିଶୋଧ ଆଜି ସେ ନେଇଛନ୍ତି । ଆଜି ସୁବିଧା ମିଳିବାରୁ ଦୀପିକା ତାଙ୍କୁ ଚାପୁଡ଼ା ମାରିଥିଲେ । ମହିଳା ଜଣକ ମଧ୍ୟ ଦୀପିକାଙ୍କ ଉପରକୁ ପାଖରେ ଥିବା ପଥର ଉଠାଇ ପକାଇଥିଲେ । କିନ୍ତୁ ଘଟଣସ୍ଥଳରେ ଥିବା ମହିଳା ପୋଲିସ ଜଣକ ତାଙ୍କୁ ଅଟକାଇଥିଲେ ଓ ଦୁହିଁଙ୍କୁ ଅଲଗା କରିଥିଲେ । ଏହିପରି ଭାବରେ ମାମଲା ନିୟନ୍ତ୍ରଣକୁ ଆସିଥିଲା ।

Get real time updates directly on you device, subscribe now.