fbpx

IASଙ୍କ ଟ୍ୱିଟ ହେଲା ଭାଇରାଲ; ୟୁଜର୍ସ କହିଲେ ସମ୍ପୂର୍ଣ ତଥ୍ୟ ନଜାଣି କରନ୍ତୁ ନାହିଁ ଟ୍ୱିଟ

Advertisement

ନୂଆଦିଲ୍ଲୀ: ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଚିତ୍ର ଭାଇରାଲ ହେଉ ଥିବାର ଦେଖିଛୁ। ସବୁ ଟ୍ୱିଟ କେବଳ ଭାଇରାଲ ହେଇ ନଥାଏ କିଛି ଟ୍ୱିଟ ଏପରି ଥାଏ ଯାହା ଲୋକ ମାନଙ୍କୁ ଠିକ ବାଟକୁ ଆଣିବା ପାଇଁ କାର୍ଯ୍ୟ କରି ଥାଏ। ଅଧିକାଂଶ ସମୟରେ ଆଇଏଏସ୍ ଅଧିକାରୀ ମାନେ ମଧ୍ୟ ନିଜ ଟ୍ୱିଟର ରେ ପୋଷ୍ଟ ସେୟାର କରିଥାନ୍ତି । କେବଳ ଏତିକି ନୁହେଁ ଲୋକ ମାନଙ୍କୁ ଠିକ ଭୁଲ ବୁଝିବା ପାଇଁ କହିଥାଆନ୍ତି। ଏବେ ସୋସିଆଲ ମିଡିଆରେ ଗୋଟେ ଟ୍ୱିଟ ଖୁବ ଭାଇରାଲ ହେଉଛି। ଯାହାକୁ ଲୋକ ଟ୍ରଲ କରୁଛନ୍ତି ଆଉ ଏହାକୁ ମହିଳା ସଶକ୍ତିକରଣ ବୋଲି କହୁଛନ୍ତି । ତା’ପରେ ଜଣେ ମହିଳା ଆଇଏଏସ୍ ଅଧିକାରୀ ମଧ୍ୟ ସମାନ ଚିତ୍ର ଟ୍ୱିଟ୍ କରିଛନ୍ତି।

ବର୍ତ୍ତମାନ ଏହି ଟୁଇଟ୍ ଯୋଗୁଁ ମହିଳା ଆଇଏଏସ୍ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।ଅନେକ ଲୋକ କୁହନ୍ତି ଯେ ଆଇଏଏସ୍ ଏପରି ଅସମ୍ପୂର୍ଣ୍ଣ ସୂଚନା ଉପରେ ନ ଜାଣି କାହାକୁ ବିଚାର କରିବା ଉଚିତ୍ ନୁହେଁ ଏବଂ ମହିଳା ସଶକ୍ତିକରଣକୁ ପରିହାସ କରିବା ଉଚିତ୍ ନୁହେଁ । କିଛି ଉପଭୋକ୍ତା ଏହା ମଧ୍ୟ ଲେଖିଛନ୍ତି ଯେ ଜଣେ ମହିଳା ଆଇଏଏସ୍ ହ୍ବାଟ ଆପ୍ ଫରୱାର୍ଡ ଟ୍ୱିଟ୍ କରିବା ଉଚିତ୍ ନୁହେଁ। ଚିତ୍ରରେ ଜଣେ ମହିଳା ଟ୍ରେନ୍ ସିଟ୍ ଉପରେ ଗୋଡ ବିସ୍ତାର କରି ବସିଥିବାର ନଜର ଆସିଛନ୍ତି। ଅର୍ଥାତ୍ ସେ ୨ଟି ସିଟ୍ ସ୍ଥାନ ଅଧିକାର କରିଛନ୍ତି। ଯେତେବେଳେ କି, ଜଣେ ଯୁବକ ତାଙ୍କ କାନ୍ଧରେ ଏକ ବ୍ୟାଗ ଧରି ତାଙ୍କ ପାଖରେ ଛିଡା ହୋଇଛନ୍ତି ।

ଚିତ୍ର ସେୟାର କରିବାବେଳେ ଆଇଏଏସ୍ ସୁମିତା ମିଶ୍ର ଲେଖିଛନ୍ତି- ‘ବିନୋଦ ଦେଖ, ବେଳେବେଳେ ମହିଳାମାନେ ମଧ୍ୟ ଭୁଲ୍ କରନ୍ତି।’ ଅର୍ଥାତ୍ ସେ ମଧ୍ୟ ମହିଳାଙ୍କୁ ଭୁଲ୍ ବୋଲି କହିଥିଲେ ।
ଅନେକ ଟ୍ୱିଟର ବ୍ୟବହାରକାରୀ ଆଇଏଏସ୍ ସୁମିତା ମିଶ୍ରଙ୍କ ପୋଷ୍ଟକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହିତ ତାଙ୍କୁ ସିଟରେ ବସିଥିବା ମହିଳାଙ୍କୁ ଦାୟୀ କରିବାର ଆଧାର ପଚାରିଥିଲେ। ଅନେକ ଉପଭୋକ୍ତା ଏହା ମଧ୍ୟ କହିଛନ୍ତି ଯେ ଅଧା ଅସମ୍ପୂର୍ଣ୍ଣ ସୂଚନା ସହିତ ଦାୟିତ୍ବପୂର୍ଣ୍ଣ ପୋଷ୍ଟରେ ବସିଥିବା ଲୋକମାନେ ହ୍ବାଟ ଆପ୍ ରେ ଟ୍ୱିଟ୍ ପଠାଇବା ଉଚିତ୍ ନୁହେଁ।

Get real time updates directly on you device, subscribe now.